ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ସମିତି ସଦସ୍ୟ
ଦେବଗଡ଼ : ଦଳ ମଧ୍ୟରେ ରହି ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଆଜି ତିଳେଇବଣି ବ୍ଲକ ଲଇମୁରା ପଞ୍ଚାୟତ ସମିତି ସଦସ୍ୟଙ୍କୁ ଦଳରୁ ନିଲମ୍ବିତ କରାଯାଇଛି l ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ଜିଲ୍ଲା ବିଜୁ ଜନତା ଦଳ ର ବରିଷ୍ଠ ସଦସ୍ୟ ତଥା ଲାଇମୁରା ସମିତି ସଦସ୍ୟ ଗଣେଷ ମହାନାୟକ ଦଳ ମଧ୍ୟରେ ରହି ଦୀର୍ଘ ଦିନଧରି ଦଳ ବିରୋଧୀ କାର୍ଯ୍ୟ କରୁଥିବା ପ୍ରମାଣିତ ହେବା ପରେ ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶରେ ଆଜି ବିଜେଡି ରୁ ନିଲମ୍ବନ କରାଯାଇଛିl ଏନେଇ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଏକ ପ୍ରେସ ବାର୍ତ୍ତା ରେ ସୂଚନା ଦେଇଛନ୍ତି l

