ବିଜୁ ଛାତ୍ର ଜନତା ଦଳ ସୁନ୍ଦରଗଡ ଜିଲ୍ଲା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ହେଲା ରକ୍ତଦାନ ଶିବିର

ଭୁବେନଶ୍ୱର : ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କରୋନା ମହାମାରୀ ସମୟରେ ରକ୍ତସଙ୍କଟ ଦୂର କରିବା ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ସପ୍ତାହବ୍ୟାପୀ ରକ୍ତଦାନ ଶିବିର। ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କରୋନା ସମୟରେ ରକ୍ତଭାବ ଦୂର କରିବା ପାଇଁ ଜୀବନ ବିନ୍ଦୁ ଏବଂ ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଯେଉଁ ଆହ୍ୱାନ ଦିଆଯାଇଥିଲା ତାହାକୁ ସଫଳ କରିବାକୁ ଯାଇ ଆଜି ବିଜୁ ଛାତ୍ର ଜନତା ଦଳର ପକ୍ଷରୁ ଭୁବନେଶ୍ୱର ସ୍ଥିତ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ସୁନ୍ଦରଗଡ଼ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରଧାନ ଓ ବିଜୁ ଛାତ୍ର ଜନତା ଦଳର ସୁନ୍ଦରଗଡ଼ ଜିଲ୍ଲା ସଭାପତି ସେହବାଜ ହୁସେନଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୧୧୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।

ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ଆଳି ବିଧାୟକ ପ୍ରତାପ ଦେବ, ବିଜୁ ଜନତା ଦଳର ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ତଥା ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡେଇ,ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ,ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ତଥା ସୁନ୍ଦରଗଡ ଜିଲ୍ଲା ସହ-ପର୍ଯ୍ୟବେକ୍ଷକ କୁନା ବିହାରୀ ଦାସ ପରିଚାଳନା କରୁଥିଲେ। ତତ୍ ସହିତ ଏହି ଅବସରରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ମାନ୍ୟବର ବିଧାୟକ ପ୍ରଶାନ୍ତ ମୁଦୁଲି, ମାନ୍ୟବର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ମାନ୍ୟବର ବିଧାୟକ ସୁଶାନ୍ତ ରାଉତ,ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଅମରେଶ ଜେନା, ଶିଶିର ପରିଜା, ଅମରେଶ ପତ୍ରୀ, ରଞ୍ଜିତ ମହାପାତ୍ର ,ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ତନ୍ମୟ ସାହୁ,ମନ୍ଦାକିନୀ କର,ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଲିଟୁ ମହସୂପ କାର , ଖଦୀ ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ, କ୍ଷୁଦ୍ର- ଶିଳ୍ପ ଅଧ୍ୟକ୍ଷ ଚିନ୍ମୟ ସାହୁ,ଓଡ଼ିଶା ମୋ ପରିବାର ସହ ସଂଯୋଜକ ରୁଦ୍ର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଗାମୀ ଦିନରେ ଏହି ରକ୍ତଦାନ ଶିବିରକୁ ଆହୁରି ବ୍ୟାପକ ଭାବେ ତ୍ଵରାନିତ କରାଯିବା ସହ କରୋନା ସମୟରେ ରକ୍ତ ଅଭାବ ନ ଦେଖା ଯିବା ପାଇଁ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତା ଉତ୍ସାହିତ ଓ ପ୍ରତିଶ୍ରୁତିବଦ୍ଧ ଏହା ସହ ସୁନ୍ଦରଗଡ ଜିଲ୍ଲାର ପ୍ରତେକ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ରାଜେଶ୍ ରାଜ ସ୍ୱାଇଁ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ସ୍ୱାଗତିକା ମହାନ୍ତି, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ପ୍ରଦୋଷ ପରିଡ଼ା , ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍ ପାଲଟା ସିଂ, ରାଜ୍ୟ ସମ୍ପାଦକ ସୁଚିଶ୍ମିତ ବେହେରା,ରାଉରକେଲା ଜିଲ୍ଲା ବିଜୁ ଛାତ୍ର ଜନତା ସଭାପତି ରଣା ପ୍ରତାପ ସିଂ,ସମେତ ସୁନ୍ଦରଗଡ ଜିଲ୍ଲାର ସୁଧୀର ସାହା,ଅଖିଳେଶ ଦାସ, ସ୍ଵାଗତ ଯୋଶୀ, ଅସିତ୍ ସାହୁ, ଅଜୟ ନାୟକ,ସ୍ଵାଗତ ଚକ୍ର, ଅମନ୍ ହୁସେନ, ସୁଧାଂଶୁ ଦାସ, ନିଖିଳ ସାହୁ, ଓମ୍ ପ୍ରକାଶ ମାଲିକ, ଶଶିକାନ୍ତ ସିଂ, ବିପୁଳ ସିଂ,ରଞ୍ଜିତ ରଣା ପ୍ରମୁଖ ବହୁ ଛାତ୍ରନେତା ମଧ୍ୟ ଉପସ୍ଥିତ ଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *