ବିଜେଡି ଦ୍ଵାରା ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ପକ୍ଷରୁ ଆଜି ପୂର୍ବାହ୍ନ ୯.୩୦ ସମୟରେ ଜୟଦେବ ବିହାର ସ୍ଥିତ ନୀଳମଣି ବିଦ୍ୟାରତ୍ନ ଙ୍କ ପ୍ରତିମୂର୍ତ୍ତି ନିକଟରେ ଜୟନ୍ତୀ ଉତ୍ସବ ପାଳନ କରାଯାଇଅଛି। ନୀଳମଣି ବିଦ୍ୟା ରତ୍ନ ଥିଲେ ଏମାଟି ର ଏପରି ଜଣେ ବରପୁତ୍ର ଯିଏ ଭାଷା ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ନିଜର ସମସ୍ତ ଜୀବନକାଳ ଉତ୍ସଗ୍ର କରିଥିଲେ।ସ୍ୱଳ୍ପ ଶିକ୍ଷା ଗ୍ରହଣ କରି ସେ ଭାଷା ସୁରକ୍ଷା ପାଇଁ ଯୋଦ୍ଧା ସମ ସାରା ଓଡିଶା ରେ ଏକ ଜନ ବିପ୍ଳବ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲେ। ସାମ୍ବାଦିକତା କ୍ଷେତ୍ରରେ ସେ ଥିଲେ ଅଦ୍ୟଗୁରୁ।ଉତ୍କଳ ସମ୍ମିଳନୀ ଗଠନ କରିବାର ମନ୍ତ୍ର ତାଙ୍କ ଠାରୁ ଆରମ୍ଭ ହୋଇଥିଲା ବୋଲି ସଭାରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ସାମୁଖ୍ୟ ର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସାମୁଖ୍ୟର ପୂଜ୍ୟପୂଜା ପ୍ରଭାରୀ ଗାୟକ ଅହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ,ଭୁବନେଶ୍ବର ସଂଯୋଜକ ସତ୍ୟବ୍ରତ ଜେନା, ମନୋରଂଜନ ନାୟକ,ପ୍ରଧ୍ୟାପକ ରମେଶ ଚନ୍ଦ୍ର ପାତାଳ ସିଂ, ବାବା ପଞ୍ଚଦେବ,,ବେଣୁ ପ୍ରତିହାରୀ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରିଶେଷେ ଧନ୍ୟବାଦ ଅର୍ପଣ କରିଥିଲେ ଦେବଯାନୀ ଦାଶ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *