ରାଜଭବନରେ ‘କ୍ଷମା’ ତାତି, ରାଜ୍ୟପାଳଙ୍କୁ ବିଜେଡିର ଫେରାଦ 

ଭୁବନେଶ୍ୱର : ଗୃହ ଭିତରେ ଥିବା ‘କ୍ଷମା ‘ ତାତି ରାଜଭବନରେ ପହଞ୍ଚିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଠାରେ ଶାସକ ବିଜେଡିର ଫେରାଦ ହୋଇଛି । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ବିରୋଧ କରି ସ୍ମାରକପତ୍ର ଦେଇଛନ୍ତି । ସ୍ମାରକ ପତ୍ରରେ  ଆତ୍ମହତ୍ୟା ଉଦ୍ୟମ କରି ବିଜେପି ବିଧାୟକ ଗୃହର ଗରିମା ନଷ୍ଟ କରିଛନ୍ତି । ତାହା ଏକ କାପୁରୁଷତାର କାର୍ଯ୍ୟ ଓ  ବିଧାୟକ  ଅତି ଲଜ୍ଜାଜନକ, ଅତି ହୀନକାର୍ଯ୍ୟ କରିଛନ୍ତି । କୃଷକଙ୍କ ବିଭିନ୍ନ ସମସ୍ୟା ନେଇ ଦେଶ ଉଠୁଛି ପଡୁଛି । ଏହି ସମୟରେ ବିଜେପି ବିଧାୟକ ଆତ୍ମହତ୍ୟା ଉଦ୍ୟମ କରିବା ନିନ୍ଦନୀୟ । ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ବିଜେପି ବିଧାୟକଙ୍କ ପ୍ରୟାସ ଅଶୋଭନୀୟ । ଶସ୍ତା ରାଜନୀତି ଆପଣାଇଛନ୍ତି ବିଧାୟକ । 

ପରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ, ବିଧାନସଭାର ଗରିମା ରକ୍ଷା କରିନାହାନ୍ତି, କ୍ଷୁର୍ଣ୍ଣ କରିଛନ୍ତି । ଆତ୍ମହତ୍ୟା ଉଦ୍ୟମ ତାଙ୍କ ନିଜସ୍ୱ ନା ଦଳର ପ୍ରରୋଚନା ସ୍ପଷ୍ଟ କରନ୍ତୁ । ଯଦି ରାଜନୈତିକ ଉଦ୍ଦେଶ୍ୟ ଏହା ହୋଇଛି ତେବେ ଆଗକୁ ସାଙ୍ଘାତିକ ବାର୍ତ୍ତା ଦେବ । ଆତ୍ମହତ୍ୟା ଉଦ୍ୟମ ମାନସିକତା ଏକ ଅପରାଧ, ପାପ ବିବେଚିତ । ଏଭଳି ଆଚରଣ ପାଇଁ ବିଧାୟକଙ୍କୁ ରାଜ୍ୟର ସବୁ ଜନସାଧାରଣଙ୍କୁ ନିଃସର୍ତ୍ତ କ୍ଷମା ମାଗିବା ଦରକାର ବୋଲି ଜଣାଯାଇଛି । ତେଣୁ ସେ କ୍ଷମା ମାଗିବା ଉଚିତ୍ ଓ ସ୍ମାରକ ପତ୍ରରେ ଏହା ଲେଖି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି ବିଜେଡି । 

ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ବିଧାୟକ କ୍ଷମା ନମାଗିବାରୁ ଗୃହ ବାରମ୍ବାର ସ୍ଥଗିତ ହେଉଛି । ଠିକ ଭାବରେ ଚାଲିପାର ୁନାହିଁ । ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ବିଜେପି ବିଧାୟକଙ୍କ ଏପରି ଆଚରଣରେ ରାଜ୍ୟବାସୀ ଚକିତ କରିଛି ।  ଅନ୍ୟ ପକ୍ଷରେ ବରିଷ୍ଠ ବିଧାୟକ ଶଶୀଭୁଷଣ ବେହେରା କହିଥିଲେ, ରାଜ୍ୟରେ କରୋନା ସଂକ୍ରମଣ ଏବେବି ଜାରି ରହିଛି । ଏବେ ସମସ୍ତଙ୍କ ଘରେ ସାନିଟାଇଜର ରହିଛି । ତେବେ ଗୃହରେ ସାନିଟାଇଜର ପିଇ ବିଧାୟକ ପୁରା ରାଜ୍ୟକୁ ଏକ ଭୟର ବାର୍ତ୍ତା ଦେଇଛନ୍ତି ବୋଲି କହିଛି ବିଜେଡି । ଗୃହ ହେଉଛି ଏକ ପବିତ୍ର ସ୍ଥାନ । ଏଠାରେ ରାଜ୍ୟର ସବୁ ପ୍ରକାରର ଦିଗକୁ ନେଇ ଆଲୋଚନା କରାଯାଏ । ତେବେ ସେଠାରେ ଏଭଳି ଏକ ଆଚରଣ ପୁରା ଗୃହକୁ ଆଜି ଲଜ୍ଜିତ କରିଛି ବୋଲି ସେ ପ୍ରକାଶ କରିଥିଲେ । ଏସବୁ ବିଷୟ ସ୍ମାରକପତ୍ରରେ ଦିଆ ଯାଇଛି ବୋଲି ସେ କହିଥିଲେ । 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *