ପୁଲିସ ଓ ତହସିଲଦାରଙ୍କ ମିଳିତ ଚଢାଉ, ସିଲ୍ ହେଲା ବିଶ୍ବାସ କ୍ଲିନିକ୍

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ମୁଖ୍ୟ ବଜାରରେ ଥିବା ଵିଶ୍ବାସ ନାମକ ଏକ କ୍ଲିନିକକୁ ସିଲ୍ କରିଛି ପ୍ରଶାସନ। ନିଜକୁ ଡାକ୍ତର ପରିଚୟ ଦେଉଥିବା ଜଣେ ଵ୍ୟକ୍ତି କଲିକତାରୁ ଆସି ଏଠି କ୍ଲିନିକ ଖୋଲି ଦୀର୍ଘ ୩୦ ବର୍ଷ ଧରି ଚିକିତ୍ସା ଜାରି ରଖିଥିଲେ। କରୋନା ସମୟରେ ମଧ୍ୟ ସେ ଲୋକଙ୍କୁ ଚିକିତ୍ସା କରୁଥିବା, ଏପରିକି କ୍ଲିନିକରେ ବେଡ ପକାଇ ରୋଗୀ ଭର୍ତ୍ତି କରୁଥିବା ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଆଧାରରେ କୁତ୍ରା ତହସିଲଦାର ରବୀନ୍ଦ୍ର କୁମାର ସେଠୀ, ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡା ପ୍ରମୁଖ ଚଢାଉ କରି କ୍ଲିନିକକୁ ସିଲ୍ କରିବା ସହ ଆବଶ୍ୟକୀୟ ପ୍ରମାଣପତ୍ର ପ୍ରଦାନ ପାଇଁ କହିଛନ୍ତି।

ପ୍ରକାଶଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। କୁତ୍ରା ବ୍ଲକ ଅଞ୍ଚଳରେ ବି ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ସଚେତନତାର ଅଭାବ ଯୋଗୁଁ ଗ୍ରାମାଞ୍ଚଳରେ କ୍ବାକ୍ ତଥା ନକଲି ଡାକ୍ତର ମାନଙ୍କ ଭରସାରେ ଚାଲିଛି ଚିକିତ୍ସା । ଏହାଛଡା ଗ୍ରାମାଞ୍ଚଳରେ ଲୋକେ ଦିନକୁ ଦିନ ଜ୍ବରରେ ଆକ୍ରାନ୍ତ ହେଉଥିବା ଜଣାଯାଇଛି । ତେବେ କରୋନା ସଂକ୍ରମଣ ମହାମାରୀର ରୂପ ନେଇ ସାରିଥିବା ବେଳେ ଚିକିତ୍ସାର ବିକଳ ଚିତ୍ର ଜଳଜଳ କରି ଦେଖାଯାଉଛି । କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସକାଳ ପାହିଲା କ୍ଷଣି କରୋନା ପରୀକ୍ଷଣ ପାଇଁ ଅସମ୍ଭାଳ ଭିଡ ପରିଲକ୍ଷିତ ହେଉଥିବା ସାଙ୍ଗକୁ ରୋଗୀ ସଂଖ୍ୟା ବି ଦିନକୁଦିନ ବଢିଚାଲିଛି ।

ଏହାର ଫାଇଦା ନେବାକୁ କ୍ବାକ୍ ଆଗେଇ ଆସିଛନ୍ତି । ଅଞ୍ଚଳରେ ଚିକିତ୍ସା ନାଁରେ ପସରା ମେଲାଇଥିବା କ୍ବାକ୍ ମାନେ ବର୍ତ୍ତମାନ ଜ୍ବର ,ସର୍ଦ୍ଦି,କାଶ ଚିକିତ୍ସା ନାଁରେ ଲୋକଙ୍କୁ ଭୁଆଁ ବୁଲେଇବାରେ ଲାଗିଛନ୍ତି । ସରଳ ନିରୀହ ଆଦିବାସୀ ଲୋକେ ଏହି କ୍ବାକ୍ ମାନଙ୍କ ଚିକିତ୍ସାକୁ ଭରସା କରି ରହି ଯାଉଛନ୍ତି । ପରବର୍ତ୍ତୀ ଅବସ୍ଥାରେ ଗୁରୁତର ଅବସ୍ଥାରେ କରୋନାରେ ସଂକ୍ରମିତ ହେଉଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *