ସୂଚନା ଓ ଲୋକସମ୍ପର୍କ ପ୍ରମୁଖ ସଚିବ ଦାୟିତ୍ୱ ନେଲେ ବିଷ୍ଣୁପଦ

 ଭୁବନେଶ୍ୱର: ବରିଷ୍ଠ ତଥା ୧୯୯୫ ବ୍ୟାଚର ଆଇଏଏସ ବିଷ୍ଣୁପଦ ସେଠୀ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏବେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ପ୍ରମୁଖ ସଚିବ ଥିଲାବେଳେ କାର୍ଯ୍ୟ ସମ୍ପାଦନା କରୁଥିଲାବେଳେ ରାଜ୍ୟ ସଂସ୍କୃତି ଓ ଭାଷା ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟୀତ୍ୱ ତୁଲାଉଛନ୍ତି । ଏହି ଅବସରରେ ଶ୍ରୀ ସେଠୀ କହିଥିଲେ, ସବୁ ମହାମାରୀ ବେଳେ ଅଧିକ ସଂଖ୍ୟାରେ ମିଛ ଖବର ଓ ଗୁଜବ ପ୍ରଚାରିତ ହୋଇଥାଏ । କୋଭିଡ ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହରୀରେ ତାହା ହିଁ ଦେଖିବାକୁ ମିଳୁଛି । ତେଣୁ ଲୋକଙ୍କୁ ସଠିକ ଓ ସତ୍ୟ ତଥ୍ୟ ଦେବା ନିମନ୍ତେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏଥିରେ ଟେକ୍ନୋଲୋଜି ବ୍ୟବହାର ହେବ । ଏସବୁକୁ ମୋ କାର୍ଯ୍ୟକାଳରେ ଗୁରୁତ୍ୱ ଦେବି ବୋଲି ପ୍ରକାଶ କରିଥିଲେ ।

ବୁଧବାର ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଥିଲା । ତେଣୁ ଗୁରୁବାର ଅପରାହ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ଶ୍ରୀ ସେଠୀ ସୂଚନା ଓ ଲୋକ ସମ୍ପର୍କ ବିଭାଗର କମିଶନର ତଥା ସଚିବ ଥିବା ସଞ୍ଜୟ ସିଂହଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ସିଂହ ଏବେ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ନୂତନ କମିଶନର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ନୂତନ ପ୍ରମୁଖ ଶାସନ ସଚିବଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଏବଂ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋଭିଡ ପରିଚାଳନା ଏବଂ ଡିଜିଟାଲ୍ ଅର୍କାଇଭ୍ ସଂପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରିଥିଲେ । ପ୍ରମୁଖ ଶାସନ ସଚିବଙ୍କ କାର୍ଯ୍ୟଭାର ଗ୍ରହଣ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ, ଯୁଗ୍ମ ନିର୍ଦ୍ଦେଶକ ଡ. ପ୍ରମୋଦ କୁମାର ମଲ୍ଲିକ, ଯୁଗ୍ମ ନିର୍ଦ୍ଦେଶକ ସୁରେନ୍ଦ୍ର ପରିଡ଼ା ଏବଂ ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *