ଦୃଷ୍ଟିବାଧିତଙ୍କ ସହ ଜନ୍ମଦିନ ପାଳିଲେ ବିଧାୟକ ପ୍ରଣବ ବଳବନ୍ତରାୟ

ଭୁବନେଶ୍ୱର: ନିଆରା ଢଙ୍ଗରେ ଜନ୍ମଦିନ ପାଳିଛନ୍ତି ବିଧାୟକ । ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ(ଯୁବ ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଉତ୍କଳ ଦୃଷ୍ଟିହୀନ ସଂଘର ସଦସ୍ୟମାନଙ୍କ ଗହଣରେ ନିଜର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଏହି ଅବସରରେ ଶ୍ରୀ ବଳବନ୍ତରାୟ କହିଥିଲେ କି “ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟ କରିବା ଦିଗରେ ଆମପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ। ମୁଁ ଉତ୍କଳ ଦୃଷ୍ଟିହୀନ ସଂଘ ସଦସ୍ୟମାନଙ୍କ ସହ କିଛି ସମୟ ଅତିବାହିତ କରି ନିଜକୁ ଧନ୍ୟ ମନେ କରୁଅଛି । କୋଭିଡର ସମସ୍ତ ନିୟମକୁ ପାଳନ କରି ୨୫ଜଣ ସଦସ୍ୟମାନଙ୍କୁ ଆନୁସଙ୍ଗିକ ସହାୟତା ପ୍ରଦାନ କରାଯାଇଥିଲା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *