ବିରିୟାନୀ ସହ ଟମାଟୋ ଫ୍ରି, ଏଭଳି ନିଆରା ଅଫର ଦେଉଛନ୍ତି ଏହି ଦୋକାନୀ

ତାମିଲନାଡୁ : କିଛି ଦିନ ପୂର୍ବେ ଟମାଟୋ ରାସ୍ତାରେ ଗଡୁଥିଲା । ମାଗଣାରେ ବି ଲୋକେ ନେବାକୁ ରାଜି ହେଉନଥିଲେ । କିନ୍ତୁ ଏବେ ସେହି ଟମାଟୋର ଭାଉ କହିଲେ ନସରେ । ପେଟ୍ରୋଲ ଭଳି ଟମାଟୋ ବି ଏବେ ଶତକ ପାର କଲାଣି । ଦେଶର ବିଭିନ୍ନ ସହରରେ ଟମାଟୋ ଦର ୧୦୦ ପାର କରିଥିବା ବେଳେ କିଛି ସହରରେ ଟମାଟୋ ଦର ୧୦୦ ପାଖାପାଖି ପହଞ୍ଚିଗଲାଣି । ତେଣୁ ଏବେ ଟମାଟୋ କିଣି ଖାଇବାକୁ ଏବେ ଖାଉଟିଙ୍କୁ ଡର ଲାଗୁଛି, ପକେଟକୁ ମହଙ୍ଗା ମାଡ ବାଧୁଛି । ଏଭଳି ପରିସ୍ଥିତିରେ ତାମିଲନାଡୁର ଏକ ହୋଟେଲ ମାଲିକ ଗ୍ରାହକଙ୍କୁ ଏହି ସଙ୍କଟର ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର ଅଫର ଘୋଷଣା କରିଛନ୍ତି । ସୋଥୁପକ୍କମର ଏକ ଛୋଟ ବିରିୟାନି ଦୋକାନ ଅମ୍ବୁର ବିରିୟାନି ନିଜ ଗ୍ରାହକଙ୍କୁ ବିଶେଷ ଅଫର୍ ଦେଉଛି । ଦୋକାନୀ ମାଲିକ ଜ୍ଞାନଭେଲ କୁହନ୍ତି, ଟମାଟୋ ମୂଲ୍ୟ ଆକାଶଛୁଆଁ ହେବା ପରେ ସେ ଏଭଳି ଅଫର ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ଏହି ସମୟରେ ଆମେ ଏକ ନୂଆ ଉପାୟ ବାହାର କରିଥିଲୁ । କେହି ବି ଗ୍ରାହକ ଏକ କିଲୋ ବିଲାତି ଦେଇ ଅଧା କିଲୋ ବିରିୟାନୀ ନେଇପାରେ ବା ଏକ କିଲୋ ବିରିୟାନୀ କିଣିଲେ ,ତାଙ୍କୁ ଅଧା କିଲୋ ବିଲାତି ମାଗଣାରେ ଦିଆଯିବ । ଦୋକାନୀ ମାଲିକ ଜ୍ଞାନଭେଲ କହିଛନ୍ତି କି ଟମାଟୋର ଦାମ୍ ବହୁତ ଅଧିକ ହେବାର କାରଣ ଆମେ ନିଜର ଗ୍ରାହକଙ୍କ ପାଇଁ ଏହି ଅଫର ଦେଇଛୁ । ସେ କହିଛନ୍ତି କି ପାଖାପାଖି ୩୫୦ ଗ୍ରାହକ ଏକ କିଲୋ ଲେଖାଏଁ ବିରିୟାନୀ କିଣିଲେ , ଆଉ ମାଗଣାରେ ବିଲାତି ନିଜ ସାଥେ ନେଇଗଲେ । ସେପଟେ ୩ବା ୪ ଗ୍ରାହକ ହିଁ ଏମିତି ଥିଲେ ଯିଏ ବିରିୟାନୀ କିଣିବା ପରିବର୍ତ୍ତେ ଟମାଟୋ ନେଇଥିଲେ । ଏଥିସହିତ ଜ୍ଞାନଭେଲଙ୍କ ଦୋକାନରେ ଏକ କିଲୋ ବିରିୟାନର ମୂଲ୍ୟ ୮୦ ଟଙ୍କା ଥିବାବେଳେ ଚେନ୍ନାଇରେ ଏକ କିଲୋଗ୍ରାମ ଟମାଟୋର ମୂଲ୍ୟ ୧୪୦ ଟଙ୍କା ରହିଛି । ୨୪ ନଭେମ୍ବରରେ ରାଜଧାନୀ ଦିଲ୍ଲୀରେ ଟମାଟୋର ଖୁଚୁରା ମୂଲ୍ୟରେ ୭୩ ଟଙ୍କା କିଲୋଗ୍ରାମ ପିଛା ଥିବାବେଳେ ଚଣ୍ଡିଗଡ଼ରେ ୭୧ ଟଙ୍କା ଥିଲା । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଲୋକମାନେ କିଲୋଗ୍ରାମ ପିଛା ୭୫ ଟଙ୍କାରେ ଟମାଟୋ କିଣିଛନ୍ତି । ଏଥିସହିତ ଟମାଟୋର ଖୁଚୁରା ମୂଲ୍ୟ କୋଲକାତାରେ ୮୩ ଟଙ୍କା, ମୁମ୍ବାଇରେ ୫୩ ଟଙ୍କା ଏବଂ ୨୪ ନଭେମ୍ବରରେ ବେଙ୍ଗାଲୁରୁରେ ୮୮ ଟଙ୍କା ଥିଲା । ତାମିଲନାଡୁ ବିଷୟରେ କହିବାକୁ ଗଲେ ଏଠାରେ ଟମାଟୋ କିଲୋଗ୍ରାମ ପାଇଁ ୧୮୦ ଟଙ୍କା ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *