ଫ୍ରାନ୍ସରୁ ଆସିଲା ଦୁଇଟି ମିରେଜ ଲଢୁଆ ବିମାନ

ନୂଆଦିଲ୍ଲୀ : ଫ୍ରାନ୍ସ ବାୟୁସେନାରେ ପୂର୍ବରୁ ବ୍ୟବହାର ହୋଇଥିବା ଦୁଇଟି ମିରେଜ୍‌-୨୦୦୦ ଲଢୁଆ ବିମାନ ଭାରତରେ ପହଞ୍ଚିଛି । ଏଗୁଡ଼ିକ ଭାରତୀୟ ବାୟୁସେନାରେ ସାମିଲ କରାଯିବ । ଦୂଚନା ଅନୁଯାୟୀ, ଭାରତୀୟ ବାୟୁସେନା ନିଜର ମିରେଜ୍‌-୨୦୦୦ ବିମାନ ସଂଖ୍ୟାକୁ ସର୍ବଦା ୫୦ରେ ସ୍ଥିର ରଖିବାକୁ ଚାହୁଁଥିବାରୁ ଏହି ଦୁଇଟି ବିମାନକୁ ମଗାଯାଇଛି । ତେବେ ବାୟୁସେନାରେ ସାମିଲ ପୂର୍ବରୁ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ)ରେ ଏହି ଦୁଇଟି ବିମାନରେ କିଛି ଅତିରିକ୍ତ ଯନ୍ତ୍ରାଂଶ ଲଗାଯିବ । ଏହା ଫଳରେ ଭାରତୀୟ ଭୌଗୋଳିକ ସ୍ଥିତି ଅନୁସାରେ ଏହା ଉପଯୋଗୀ ହୋଇପାରିବ । ଗତ ୮୦ ଦଶକରେ ଭାରତ ଫ୍ରାନ୍ସରୁ ୫୧ଟି ମିରେଜ କିଣିଥିଲା । ପୁଣି ଏଗୁଡ଼ିକର ଉନ୍ନତିକରଣ ପାଇଁ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହା ଅନୁଯାୟୀ ଫ୍ରାନ୍ସରୁ କେତେକ କିଟ୍ ଆସିଥିଲା । ତେବେ କେତୋଟି ଇତି ମଧ୍ୟରେ ମିରେଜ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ କେତେକ କିଟ୍ ବଳକା ରହିଛି । ଏସବୁ କିଟକୁ ଏବେ ଆସିଥିବା ଦୁଇଟି ବିମାନରେ ଲଗାଯିବ । ଆସନ୍ତା ୨୦୩୫ ପର୍ଯ୍ୟନ୍ତ ମିରେଜ ବିମାନଗୁଡ଼ିକୁ ସେବା ଉପଯୋଗୀ କରି ରଖିବାକୁ ବାୟୁସେନା ନିଷ୍ପତ୍ତି ନେଇଛି । ସେତେବେଳେ ତେଜସ୍ ଓ ଅନ୍ୟ କେତେକ ବିଦେଶୀ ବିମାନ ଆସିବା ପରେ ସେଗୁଡ଼ିକୁ ସେବାନିବୃତ୍ତ କରାଯିବ । ସୂଚନାଯୋଗ୍ୟ, ୨୦୧୯ ବାଲାକୋଟ୍ ଏୟାରଷ୍ଟ୍ରାଇକ ବେଳେ ମିରେଜ-୨୦୦୦ର ବ୍ୟବହାର ହୋଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *