ଟିକା ଟେଣ୍ଡରକୁ ମିଳିଲା ମଞ୍ଜୁରି : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ । ଟିକା ଟେଣ୍ଡର ସମ୍ପର୍କରେ ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତ୍ତି ନିଆଯାଇଛି । ଟିକା କିଣା ପାଇଁ ରାଜ୍ୟର ଗ୍ଲୋବାଲ ଟେଣ୍ଡରକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି । ଟେଣ୍ଡର ସର୍ତ୍ତରେ କରାଯାଇଥିବା ସଂଶୋଧନକୁ ମଧ୍ୟ ଅନୁମୋଦନ କରାଯାଇଛି । ଗ୍ଲୋବାଲ ଟେଣ୍ଡରରେ ଅଧିକ ବିଡରଙ୍କୁ ଆକୃଷ୍ଟ କରିବାକୁ ପଦକ୍ଷେପ ନିଆଯାଇଛି । କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଟେଣ୍ଡର ଡକ୍ୟୁମେଣ୍ଟ, ଟର୍ମ ଆଣ୍ଡ କଣ୍ଡିସନରେ ସଂଶୋଧନ ହୋଇଛି । ମାଇନସ୍ ୨୦ଂ ପର୍ଯ୍ୟନ୍ତ ରହିପାରୁଥିବା ଟିକାକୁ ବି ଟେଣ୍ଡର ପାଇଁ ଅନୁମତି ଦିଆଯାଇଛି । ତେବେ ଉକ୍ତ ଟିକା ୧୨ ଘଣ୍ଟା ଯାଏ ୨ରୁ ୮ ଡିଗ୍ରୀ ମଧ୍ୟରେ ରହିପାରୁଥିବ । ବିଭିନ୍ନ ଦେଶର ଟିକା ଭିନ୍ନ ଭିନ୍ନ ଦର ଥିବାରୁ ଦର ଅଲଗା ହିସାବ ହେବ । ଟିକା ଦର ନିର୍ଦ୍ଧାରଣ ବେଳେ ସ୍ୱାଧୀନ ଭାବେ ଦର ବିବେଚନା କରାଯିବ । ଯେକୌଣସି କମ୍ପାନୀ ଚାହିଁଲେ ଆବଶ୍ୟକ ସମସ୍ତ ଟିକା ଯୋଗାଇ ପାରିବେ । ପ୍ରି-ବିଡିଂ ଆଲୋଚନା ବେଳେ ଆବଶ୍ୟତାକୁ ଦେଖି ଏହା ସଂଶୋଧନ ହୋଇଛି ।’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *