ବସ୍‌ ମାଲିକ ସଂଘର ବଡ଼ ନିଷ୍ପତି, ଦାବି ପୁରଣ ନହେଲେ ଗଡ଼ିବନି ବସ୍‌ !

ଭୁବନେଶ୍ୱର: ରାଜ୍ୟ ବସ ମାଲିକ ସଙ୍ଘର ଏକଜ୍ୟୁଟିଭ ବଡି ବୈଠକରେ ନିଷ୍ପତ୍ତି । ସରକାରଙ୍କ ନିକଟରେ ରଖିବା ବଡ଼ ଦାବି । ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଟିକସ ଛାଡ଼, ବସ ଗୁଡିକୁ ଚଳନ କ୍ଷମା କରିବା ପାଇଁ ପ୍ରତି ବସ ପିଛା ଏକ ଲକ୍ଷ ଟଙ୍କା ଲେଖାଏଁ ବର୍ଷକ ପାଇଁ ସୁଧ ବିହୀନ ରୁଣ ଯୋଗାଇ ଦେବା, ବସ ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ମାନଙ୍କୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ସହିତ ଏକ ମାସ ପାଇଁ ରାସନ ପ୍ରଦାନ ଓ ଆଇଆର୍‌ଡିଏ ସହିତ ସରକାର ଆଲୋଚନା କରି ବୀମା ଅବଧି ବୃଦ୍ଧି ଦାବି କରିଛି ସଂଘ । ଏହିସବୁ ଦାବି ପୂରଣ ନହେଲେ ରାଜ୍ୟରେ ବସ ଚଳାଇବା ଅସମ୍ଭବ । ଏବେ ୨୦ଟି ଜିଲ୍ଲାରେ ବସ ଚଳାଚଳ ପାଇଁ ଅନୁମତି ଥିଲେ ମଧ୍ୟ ସମ୍ପୂର୍ଣ ବସ ଚାଲିପାରୁନାହିଁ । ତେଣୁ ଦାବି ପୂରଣ ନ ହେଲେ, ବସ୍‌ ଗଡ଼ିବା ଅସମ୍ଭବ । ଯଦି ୧୬ ତାରିଖରୁ ଲକଡାଉନ ଖୋଲିଲେ ମଧ୍ୟ ରାଜ୍ୟରେ ଚାଲୁଥିବା ୧୪ ହଜାର ବସ ବନ୍ଦ ରହିବ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *