ପ୍ରଥମ ଥର ଲୋକଙ୍କ ଭିଡରେ ଦେଖାଗଲେ ବିଦ୍ୟାଭାରତୀ

ବଲାଙ୍ଗୀର : ଆସିଲେ, ଦେଖାଦେଲେ, ମୁହଁ ଖୋଲିଲେନି, କିଛି କହିଲେନି । ପୁଣି ସସପେନ୍ସ ବଢାଇଦେଲେ ବିଦ୍ୟାଭାରତୀ । ବଲାଙ୍ଗୀରରେ ବିଦ୍ୟାଭାରତୀଙ୍କୁ ନେଇ ବଢିଲା ଚର୍ଚ୍ଚା । ପରୀକ୍ଷା ଦେବାକୁ ଆସିଥିଲେ, ପରୀକ୍ଷା ଦେଲେ କିନ୍ତୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିରାଶ କଲେ । ନୀରବ ରହିଲେ । ତଥାପି ନୀରବତାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚାକୁ ଖୋରାକ ଦେଲେ ।

ଲମ୍ବା ଧଳା ଗାଡିରୁ ଓହ୍ଲାଇଲେ । ଧଳା ଓଢଣୀରେ ଢାଙ୍କିଥିଲେ ମୁହଁ । ବହୁ କଷ୍ଟରେ ବାପାଙ୍କ ସହାୟତାରେ ଭିଡ ଏଡାଇ ପରୀକ୍ଷାକେନ୍ଦ୍ର ଗେଟ୍ ଭିତରେ ପଶିଗଲେ । ବଲାଙ୍ଗୀର ପ୍ରାଣୀଧନ କେନ୍ଦ୍ରରେ ବିଦ୍ୟାଭାରତୀଙ୍କ ଉପସ୍ଥିତି ଏକ ବଡ ଖବର । ପରୀକ୍ଷା ଦେବାକୁ ଆସିଛନ୍ତି ବିଦ୍ୟାଭାରତୀ । ସେହି ଖବର ପାଇ ପରୀକ୍ଷା କେନ୍ଦ୍ର ବାହାରେ ଖବରଦାତାଙ୍କ ଭିଡ । ଅନେକ ପ୍ରଶ୍ନ କିନ୍ତୁ ନିରୁତ୍ତର ବିଦ୍ୟାଭାରତୀ । କିଛି କହିଲେନି କିନ୍ତୁ ତାଙ୍କ ବାପାଙ୍କ ଉତ୍ତରରେ ଥିଲା ଦୁଃଖ ଓ ଚିନ୍ତାର ଆଭାସ ।

ଏସିଏଫ୍ ସ୍ବର୍ଗତ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ । ସୌମ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ପରଠୁ ସନ୍ଦେହଘେରରେ ବିଦ୍ୟା । ପୋଲିସ ପରେ କ୍ରାଇମବ୍ରାଞ୍ଚ ଏକାଧିକ ଥର ଜେରା କରିଛି । ଲାଏ ଡିଟେକ୍ସନ୍ ଟେଷ୍ଟ ହୋଇଛି । ତେବେ ପ୍ରଥମ ଥର ପାଇଁ ସାଧାରଣରେ ଆଉ ଲୋକ ଭିଡରେ ବିଦ୍ୟାଭାରତୀ । ପରୀକ୍ଷାର୍ଥୀ ଭାବେ ସେ ବଲାଙ୍ଗୀର ଆସିଛନ୍ତି ପରୀକ୍ଷା ଦେବାକୁ । ତେବେ ତାଙ୍କୁ ପ୍ରଶ୍ନ କରିବାକୁ ସୁଯୋଗ ଛାଡିନି ଗଣମାଧ୍ୟମ । ତାଙ୍କ ବାପା ବି ଦେଇନାହାନ୍ତି ଠିକଣା କିମ୍ବା ଉତ୍ତର ।

ସୌମ୍ୟଙ୍କ ପରିବାର ଦୋଷ ଲଦୁଛନ୍ତି । ସନ୍ଦେହରେ କେତେ ଆରୋପ । ବିବାଦୀୟ ଡିଏଫଓ ଏବଂ ଅନ୍ୟ ଚରିତ୍ରମାନଙ୍କୁ ନେଇ ଅନେକ ଚର୍ଚ୍ଚା । ଦୁଃଖ, ମାନସିକ ଚାପ, ନିଶ୍ଚିତଭାବେ ଥାଇପାରେ । ସୌମ୍ୟଙ୍କ ମୃତ୍ୟୁର କାରଣ ହତ୍ୟା ନା ଆତ୍ମହତ୍ୟା ?  ଏଥିପାଇଁ କିଏ ଦାୟୀ ? ଏହା ପଛରେ କଣ ଷଡଯନ୍ତ୍ର ? ଏସବୁର ଜବାବ କ୍ରାଇମବ୍ରାଞ୍ଚର ତଦନ୍ତ ପରେ ସ୍ପଷ୍ଟ ହେବ । କିନ୍ତୁ ବିଦ୍ୟାଭାରତୀ ସବୁବେଳେ ଚର୍ଚ୍ଚାରେ । ସେହି ଚର୍ଚ୍ଚାର ଅନ୍ତକୁ ଅପେକ୍ଷା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *