ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ପ୍ରଶ୍ନ : ପରକୀୟାପ୍ରୀତି ନେଇ ମଧ୍ୟ କରିଛି ପ୍ରଶ୍ନ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଷ୍ଟେଟ୍ ଫରେନ୍ସିକ୍ ଲ୍ୟାବରେ ପତ୍ନୀ ବିଦ୍ୟାଭାରତୀଙ୍କର ସରିଛି ଲାଏ ଡିଟେକ୍ସନ ଟେଷ୍ଟ। ଫରେନସିକ୍ ଲାବରେ ବିଦ୍ୟାଭାରତୀଙ୍କୁ ମାରାଥନ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ । ତଦନ୍ତକାରୀ ଅଧିକାରୀ ଓ ଲାଏ ଡିଟେକ୍ସନ ଅଫିସରଙ୍କ ସମ୍ମୁଖରେ ପଚରାଉଚରା କରାଯାଇଛି । ସ୍ୱାମୀ ସୌମ୍ୟ ରଞ୍ଜନଙ୍କ ସମ୍ପର୍କରେ ପଚରାଯିବାରୁ ଭାବ ବିହ୍ୱଳ ହୋଇ ପଡିଥିଲେ ବିଦ୍ୟା ଭାରତୀ । ପାଖାପାଖି ୩ ଘଣ୍ଟା ଧରି ବିଦ୍ୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା। ପ୍ରଥମେ ତାଙ୍କ ପାରିବାରିକ ସମ୍ପର୍କ, ବୈବାହିକ ଜୀବନ ଓ ପରବର୍ତ୍ତି ସମୟରେ ଡିଏଫଓଙ୍କ ସହ ପରକୀୟାପ୍ରୀତି ଯେଉଁ ଅଭିଯୋଗ ଆସିଥିଲା । ସେ ନେଇ ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ ଟିମ । ପାଖାପାଖି ୫୦ଟି ପ୍ରଶ୍ନ ଗୁଡେଇତୁଡେଇ ପଚାରିଥିଲେ ଲାଏ ଡିଟେକ୍ସନ ଏକ୍ସପର୍ଟ । ଘଟଣାକୁ ୭୦ ଦିନ ବିତି ଯାଇଥିବାରୁ କ୍ରାଇମବ୍ରାଞ୍ଚର ତଦନ୍ତରେ ସହଯୋଗ କରିଥିଲେ ବିଦ୍ୟା ଭାରତୀ, ଡିଏଫଓ ଏବଂ ସୌମ୍ୟଙ୍କ ରୋଷେୟା । ସଭିଙ୍କୁ ପଚରାଯାଇଥିବା ପ୍ରଶ୍ନର ମେଳ ଖାଉଛି ନା ନାହିଁ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍ । ବିଦ୍ୟା ଭାରତୀ କେତେ ସତ କହୁଛନ୍ତି ଲାଏ ଡିଟେକ୍ସନ ଟେଷ୍ଟରୁ ଜଣାପଡ଼ିବ । ପୂର୍ବରୁ ଡିଏଫଓ ଏବଂ ରୋଷେୟାଙ୍କର ମଧ୍ୟ ଲାଏ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ଏହା ସହ ସୌମ୍ୟଙ୍କ ପରିବାର ଓ ବିଦ୍ୟାଭାରତୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ସୌମ୍ୟରଂଜନଙ୍କ ମୃତ୍ୟୁକୁ ୨ ମାସ ବିତିଲାଣି । ହେଲେ ଏଯାଏଁ ମୃତ୍ୟୁ ଉପରୁ ହଟିନି ପରଦା। ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ସୌମ୍ୟଙ୍କ ମାଆ ଦାବି କରିଛନ୍ତି । ଏଥିସହ ଓଆଇସି ମମତା ପଣ୍ଡା ଓ ଡାକ୍ତରଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ କରିବାକୁ ସେ ଦାବି କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *