ଟୀକା ୨୦୦କୁ ଲୋକ ୫୦୦, ଟୋକନ ନପାଇ ଫେରିଲେ ୩୦୦

ଭୁବନ : ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକା ନେବାପାଇଁ ଦିନକୁ ଦିନ ଆଶାୟୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା କୁ ନେଇ ସମସ୍ତେ ଭୟଭୀତ ଆଉ ବଂଚିବା ପାଇଁ ସମସ୍ତେ ତତ୍ପର । ଟୀକା ନେଲି ମାନେ ମୁଁ ବଂଚିଗଲି ଏଇ ଚିନ୍ତାଧାରା ନେଇ ଲୋକେ ଗହଳି କରୁଛନ୍ତି । ଟୀକାକରଣରେ ଅବ୍ୟବସ୍ଥା,ଟୋକନ ପାଇଁ ଦାବି ସଂପର୍କରେ ବାରମ୍ବାର ଗଣମାଧ୍ୟରେ ଖବର ପ୍ରକାଶ ପାଇବା ପରେ ଏବେ ଡାକ୍ତରଖାନାରେ ପ୍ରଥମେ ପଞ୍ଜିକରଣ କରାଯାଇ ଟୋକନ ଦିଆଯିବା ପରେ ଲୋକମାନେ ଟୀକା ନେଉଛନ୍ତି । ପୂର୍ବରୁ ବଡିଭୋର ସମୟରୁ ଲୋକମାନେ ଟୀକା ନେବାକୁ ଟୀକାଦାନ କେନ୍ଦ୍ର ସମ୍ମୁଖରେ ଧାଡି ବାନ୍ଧି ଅପେକ୍ଷା କରୁଥିଲେ । ଖରା ବଢିବାରୁ ଲୋକମାନେ ସେମାନଙ୍କ ଆଧାରକାର୍ଡ ଉପରେ ଇଟା,ପଥର ରଖି ଦେଇ ଛାଇରେ ବିଶ୍ରାମ ନେଉଥିଲେ । ପୂର୍ବରୁ ପ୍ରତିଦିନ ଦେଢଶହ ଲୋକଙ୍କୁ ଟୀକାକରଣ ହେଉଥିବା ବେଳେ ଦୈନିକ ୨ ଶହ,୩ ଶହ ଲୋକ ଫେରୁଥିଲେ ଓ ପୁନର୍ବାର ତା ପରଦିନ ଆସି ଧାଡିରେ ଛିଡା ହେଉଥିଲେ ।

ବର୍ତମାନ ଦୈନିକ ୨ ଶହ ଲୋକଙ୍କୁ ଟୀକାକରଣ କରାଯାଉଥିବା ବେଳେ ପ୍ରଥମେ ସେମାନଙ୍କ ନାମ ପଞ୍ଜିକରଣ କରାଯାଇ ଟୋକନ ଦିଆଯାଉଛି । ପୂର୍ବେ ଟୀକାକରଣ କେନ୍ଦ୍ର ସମ୍ମୁଖରେ ଗହଳି ହେଉଥିଲା ଓ ଲୋକେ ପାହାନ୍ତା ପ୍ରହରରୁ ଆସି ଲାଇନ ଲଗାଉଥିଲେ ଆଉ ଏବେ ପଞ୍ଜିକରଣ କେନ୍ଦ୍ର ସମ୍ମୁଖରେ ଲାଇନ ଲଗାଉଛନ୍ତି । ବ୍ୟବସ୍ଥା ବଦଳିଲା କିନ୍ତୁ ଅବସ୍ଥା ସମାନ ରହିଲା । ଲୋକମାନେ ଯେମିତି ହିନସ୍ତା ହେଉଥିଲେ ସେମିତି ହେଲେ । ଆଜି ଭୁବନ ଡାକ୍ତରଖାନା ପରିସରରେ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥିଲା । ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଲୋକ ଟୀକା ନେବାକୁ ଆସିଥିବା ବେଳେ ମାତ୍ର ୨ ଶହ ଲୋକଙ୍କର ପଞ୍ଜିକରଣ ପରେ ଅନ୍ୟ ସମସ୍ତଙ୍କୁ ଫେରାଇ ଦିଆଯିବା ଯୋଗୁ କିଛି ସମୟ ଉତେଜନା ଦେଖାଦେଇଥିଲା ।

ଯେଉଁଦିନ ଟୀକାକରଣ ହେଉଛି ଯଦି ସେହି ଦିନ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ କ୍ରମିକ ନମ୍ବର ପକାଇ ଟୋକନ ଦିଆଯାଆନ୍ତା ଏବଂ ୨ଶହ ପରବର୍ତି କ୍ରମିକ ନମ୍ବର ଲୋକମାନେ ପରବର୍ତି ଦିବସରେ ଟୀକା ନେବେ ବୋଲି କୁହାଯାଆନ୍ତା କିମ୍ବା ସେମାନଙ୍କ ମୋବାଇଲକୁ ମେସେଜ ଦିଆଯାଆନ୍ତା ତାହେଲେ ଏଭଳି ଅବ୍ୟବସ୍ଥା ଉପୁଜନ୍ତା ନାହିଁ ବୋଲି ବୁଦ୍ଧିଜୀବୀ ମହଲ ଆଲୋଚନା କରୁଛନ୍ତି ଓ ଡାକ୍ତରଖାନାରେ ଯେଉଁଡଭଳି ଭାବେ ଗହଳି ହେଉଛି ସେଥିରେ ନିଶ୍ଚିତ ଭାବେ ଗୋଷ୍ଠୀ ସଂକ୍ରମଣ ହେବ ବୋଲି ଆଶଙ୍କା କରୁଛନ୍ତି। ବିଭାଗୀୟ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ବିହୀତ ପ୍ରତିକାର ବ୍ୟବସ୍ଥା କରିବାକୁ ଜନସାଧାରଣରେ ଦାବି ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *