ଅନୈତିକ ସର୍ମ୍ପକ ସନ୍ଦେହରେ ଦଳିତ ମହିଳାଙ୍କୁ ଚପଲ ମାଳ ପିନ୍ଧାଇ ବୁଲାଇଲେ ଗାଁ’ଲୋକେ

ଭଞ୍ଜନଗର : ସାରା ବିଶ୍ୱରେ ମହିଳାମାନଙ୍କ ତ୍ୟାଗ ଓ ଅବଦାନକୁ ସମ୍ମାନ ଜଣାଇ ଅର୍ନ୍ତଜାତୀୟ ମହିଳା ଦିବସ ପାଳନ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଂଚଳରେ ଜଣେ ଦଳିତ ମହିଳା ଅକଥନୀୟ ନିର୍ଯାତନା ଓ ଲୋକଲଜ୍ଜାର ଶିକାର ହୋଇଛନ୍ତି । ସୂଚନା ଅନୁଯାୟୀ, ମାର୍ଚ୍ଚ ୮ରେ ଜଣେ ଦଳିତ ବିବାହିତ ମହିଳାଙ୍କ ଚରିତ୍ରକୁ ସନ୍ଦେହ କରି ଗ୍ରାମର କିଛି ଲୋକ ମହିଳାଙ୍କୁ ଦଉଡିରେ ବାନ୍ଧିବା ସହ ଚପଲ ମାଳ ପିନ୍ଧାଇ ରାସ୍ତାରେ ଚଲାଇ ଥିଲେ । ସର୍ବସମ୍ମୁଖରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଗ୍ରାମର ସମସ୍ତେ ଚୁପ୍ ରହିଥିଲେ । କେହି ଜଣେ ହେଲେ ମଧ୍ୟ ଏହି ଘଟଣାର ପ୍ରଦିବାଦ କରି ନ ଥିଲେ। ଓଲଟି ବହୁ ଲୋକ ଅତ୍ୟନ୍ତ ଅମାନୁଷିକ ଭାବେ ଏହାକୁ ଉପଭୋଗ କରୁଥିବା ବେଳେ କିଛି ନିଜ ମୋବାଇଲ୍‌ରେ ଭିଡ଼ିଓ ମଧ୍ୟ କରୁଥିଲେ ।

ଘଟଣାକୁ ୪ ଦିନ ବିତି ଯାଇଥିବା ବେଳେ ସେହି ଭିଡ଼ିଓ ବର୍ତ୍ତମାନ ଭାଇରାଲ୍ ହେବା ପରେ ପୁଲିସ୍ ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରି ତାଙ୍କ ନିକଟରୁ ଅଭିଯୋଗ ଗ୍ରହଣ କରି ଆଜି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ପୀଡିତା ମହିଳାଙ୍କ ଡାକ୍ତରୀ ମାଇନା କରିଛି । ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ୍ ଆଜି ସୁବାଷ ମଲ୍ଲିକ୍‌, ବଦ୍ରି ମଲ୍ଲିକ୍‌, ସାଇବ ମଲ୍ଲିକ୍ ଏବଂ ସରାବାଡ଼ି ଗ୍ରାମର କଂଗ୍ରେସ ଛଟେଇ, ବାହାନ ସ୍ୱାଇଁ, ମୁନା ସ୍ୱାଇଁ ଓ ସୁନୀଲ ସ୍ୱାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି । ଏହି ସମ୍ବେଦନଶୀଳ ଘଟଣାକୁ ଆସିକା ଏସ୍‌ଡ଼ିପିଓ ସୂର୍ଯ୍ୟମଣୀ ପ୍ରଧାନ ତଦନ୍ତ କରୁଥିବା ଜଣାପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *