ବିନା ଭକ୍ତରେ ଜାଗର ଯାତ୍ରା

ଭଦ୍ରକ : ବିନା ଭକ୍ତରେ ଆରଡିରେ ହେବ ଜାଗର ଯାତ୍ରା । ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରାରେ ପ୍ରତିବର୍ଷ ଭଦ୍ରକର ଆରଡିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ଦୋକାନ ବଜାର ପଡେ । ହେଲେ ଏଥର କରୋନା ଯୋଗୁଁ ବାବାଙ୍କ ପୀଠକୁ ନା ଭକ୍ତ ଆସିବେ ନା ଦୋକାନ ବଜାର ପଡିବ । ବିନା ଭକ୍ତରେ କେବଳ ଶିବରାତ୍ରୀର ନୀତିକାନ୍ତି କରାଯିବ । ଭୋର ସାଢେ ୪ଟା ବେଳେ ମହାଦୀପ ଉଠିବ । ଜାଗରର ଗୋଟିଏ ଦିନ ଆଗରୁ ଆରଡିରେ ୧୪୪ ଧାରା ଜାରି କରାଯିବ । ବାବା ଆଖଣ୍ଡଳମଣିଙ୍କ ପୀଠରେ ୧୦ ତାରିଖ ସକାଳ ୭ଟାରୁ ୧୨ ତାରଖି ସକାଳ ୭ଟା ଯାଏଁ ୧୪୪ ଧାରା ବଳବତର ରହିବ । କରୋନା କଟକଣା ଭିତରେ ଜାଗର ଯାତ୍ରା ପାଳନ କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *