Bhadrak jilla mahoschaba bibada
ଭଦ୍ରକ ଜିଲା ମହୋତ୍ସବରେ ବିବାଦ
ଭଦ୍ରକ,୨୦-୦୧-୨୦୨୬(ବି.ଏନ .ଓ ) : (ମାନସ ରଞ୍ଜନ ସାହୁ ) ଜିଲା ମହୋତ୍ସବ ଭଦ୍ରାୟଣୀରେ ବିବାଦ । ପୁଲିସ ବୁଝାସୁଝା ପରେ ମଧ୍ୟ ପରିସ୍ଥିତି ଅଣାୟତ୍ତ । ଜାନୁଆରୀ ୧୮ରୁ ଜାନୁଆରୀ ୨୫ ପର୍ଯ୍ୟନ୍ତ ଭଦ୍ରକ ନେହେରୁ ଷ୍ଟାଡିୟମରେ ହେଵାକୁ ଥିବା ଜିଲା ମହୋତ୍ସବ ଭଦ୍ରାୟାଣୀରେ ଆଜି ସନ୍ଧ୍ୟାରେ ବିଶୃଙ୍ଖଳା ଦେଖା ଦେଇଛି । ଗତକାଲି ମହୋତ୍ସବ ଆରମ୍ଭ ହୋଇଥିଲା । ଆଜି ମହୋତ୍ସବର ଦ୍ବିତୀୟ ଦିନ ଥିଲା । ଆଜି ସନ୍ଧ୍ଯାରେ ଆରମ୍ଭରୁ କେତେକ ଯୁବକ ମଞ୍ଚକୁ ଚଢି କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିଥିଲେ । ଷ୍ଟଲ ଯୋଗାଇବାରେ ଅନିୟମିତତା ନେଇ ଯୁବକମାନେ ନାରାବାଜି କରିଥିଲେ । ଘଟଣା ସ୍ଥଳରେ ପୁଲିସ ଓ ପ୍ରଶାସନର ଅଧିକାରୀ ଉପସ୍ଥିତ ରହି ବୁଝା ସୁଝା କରିଥିଲେ ମଧ୍ୟ ଯୁବକ ମାନେ ନିଜ ଜିଦରେ ଅଡି ବସିଛନ୍ତି ।

