ପୂରଣ ହେବ ବ୍ରହ୍ମପୁର ବାସୀଙ୍କ ସ୍ୱପ୍ନ, ବଦଳିବ ସହରର ରୂପରେଖ

ବ୍ରହ୍ମପୁର: ବ୍ରହ୍ମପୁର ସହର ବାସୀଙ୍କ ସ୍ମାର୍ଟ ସିଟିର ସ୍ୱପ୍ନକୁ ପୂରଣ ଲାଗି ଅଣ୍ଟା ଭିଡିଛି ମହାନଗର ନିଗମ। ସହର ବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ରୂପ ରେଖ ପ୍ରସ୍ତୁତ କରାଯାଇଛି। ଏନେଇ ଚଳିତ ବର୍ଷ ପାଖା ପାଖି ୪ସହ କୋଟି ଟଙ୍କା ର ବଜେଟ୍ ଉପରେ ମୋହର ବାଜିଛି। ଏଥର ବଜେଟ୍ ରେ ସହରର ସୌନ୍ଦର୍ଯ୍ୟର କାରଣ ସାଙ୍ଗକୁ ଜନ ସାଧାରଣଙ୍କ ମୌଳିକ ସୁବିଧାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସ୍ମାର୍ଟ ହେବ ରେଶମ ନଗରୀ ! ସହରର ବଦଳିବ ରୂପରେଖ ! ଅତିଶୀଘ୍ର ପୁରଣ ହେବ ବ୍ରହ୍ମପୁର ବାସୀଙ୍କ ସ୍ୱପ୍ନ। ବିଏମସି ପକ୍ଷରୁ ଆଗତ ହୋଇଥିବା ୩ସହ ୮୯ କୋଟି ଟଙ୍କାର ବଜେଟ୍ ଉପରେ ବାଜିଲା ମୋହର। ବ୍ରହ୍ମପୁର ସହରର ବାସୀଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିଭିନ୍ନ ପ୍ରକଳ୍ପ ର ରୂପରେଖ ପ୍ରସ୍ତୁତ ହୋଇଥିବା ବେଳେ ଚଳିତ ବଜେଟ୍ ରେ ସ୍ଥାନିତ କରାଯାଇଛି। ସହରର ଅନ୍ୟତମ ଆକର୍ଷଣ ବେଢା ବନ୍ଧର ସୌନ୍ଦର୍ଯ୍ୟ କରଣ ଲାଗି ୫୦ କୋଟି ଟଙ୍କା ବ୍ୟୟ ଅଟକଳର ଲକ୍ଷ ରଖାଯାଇଛି। ସେହିପରି ଆଗୁଳା ବନ୍ଧର ସୌନ୍ଦର୍ଯ୍ୟ କରଣ ଲାଗି ୪ କୋଟି, ବଡ ବଜାର ପେଣ୍ଡିରିଗାଡି ମାର୍କେଟ କମ୍ପେକ୍ସ ଲାଗି ୨୫ କୋଟି, ସହର ମଧ୍ୟରେ ୨୦ ଟି ସ୍ମାର୍ଟ ରୋଡ ଲାଗି ୨୦ କୋଟି ,ଆମିଷ ଓ ନିରାମିଷ ସ୍ମାର୍ଟ ମାର୍କେଟ ପାଇଁ ୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରେ ଏହି ପ୍ରକଳ୍ପକୁ ସ୍ଥାନିତ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ପ୍ରକଳ୍ପକୁ ବାସ୍ତବ ରୂପରେଖ ଦେବା କୁ ଲକ୍ଷ୍ୟ ରଖାଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *