ଫ୍ୟାମିଲି କୋର୍ଟରେ ଛିଡ଼ିଲାନି କଥା, ପରସ୍ପର ଉପରେ ଲଦିଲେ ଦୋଷ

କଟକ: ମୁହାଁମୁହିଁ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତି । ପାରିବାରିକ ବିବାଦକୁ ନେଇ ଚାଲୁଥିବା ମାମଲାରେ ଉଭୟ ଆଜି ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ହୋଇଥିଲେ । ତିନି ଘଣ୍ଟା ଧରି କାଉନସିଲରଙ୍କ ନିକଟରେ ହାଜର ହୋଇଥିଲେ ଉଭୟ । ପରେ  ଅନୁଭବଙ୍କ ଓକିଲ ମଧସ୍ଥତା ବନ୍ଦ ପାଇଁ ଆବେଦନ କରିଥିଲେ । ମାମଲାରେ ବର୍ଷା ସହଯୋଗ କରୁନଥିବା ଅଭିଯୋଗ କରି ସେ ଏପରି ଆବେଦନ କରିଥିଲେ । ଅନ୍ୟ ପଟେ ବର୍ଷାଙ୍କ ଓକିଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅଦାଲତର ସମସ୍ତ ନିର୍ଦ୍ଦେଶ ବର୍ଷା ପାଳନ କରୁଥିବା କହିଛନ୍ତି ଓକିଲ । ୨ ତିନୋଟି ସେସନରେ ମଧ୍ୟସ୍ଥତା ସରେ ନାହିଁ । ବର୍ଷା ନୁହେଁ ଆଗରୁ ଅନୁଭବ ଆସୁନଥିଲେ । ଏବେ ଦୁଇ ତିନିଟା ତାରିଖ ହେଲା ଅନୁଭବ ଆସୁଛନ୍ତି । ଆପୋଷ ସମାଧାନ ପାଇଁ ଆଶାବାଦୀ ଅଛନ୍ତି ବୋଲି ବର୍ଷାଙ୍କ ଓକିଲ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *