ଭିଜିଲାନ୍ସ କବଳରେ ବାରଙ୍ଗ ତହସିଲଦାର

ବାରଙ୍ଗ : ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାଏକ କଟକ ଭିଜିଲାନ୍ସ କବଳରେ ପଡ଼ିଥିବାବେଳ, ତାଙ୍କ ଠାରୁ ଭିଜିଲାନ୍ସ ଅଧିକାରୀ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରିଥିବା ଜଣା ପଡିଛି । ବିଚିତ୍ରାନନ୍ଦ ନାଏକ ଗତ ଦୁଇ ମାସ ହେବ ବାରଙ୍ଗ ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହି ଦୁଇ ମାସ ମଧ୍ୟରେ ଶ୍ରୀ ନାୟକ ବହୁ ଦୁର୍ନୀତିରେ ଜଡ଼ିତ ଥିବା ନେଇ ଚର୍ଚ୍ଚା ହେଉଥିଲା ।

ବାରଙ୍ଗ ଅଞ୍ଚଳରେ ଥିବା ବାଲି,ମାଟି ମହରମ, ପଥର ଆଦିର ଚୋରା ଚାଲାଣ କରୁଥିବା ମାଫିଆ ମାନଙ୍କ ସହ ମିଶି ଏହିସବୁର ଚୋରା କାରବାର କରୁଥିବା ନେଇ ସନ୍ଦେହ ଘେରରେ ଥିବାବେଳେ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଶ୍ରୀ ନାଏକ ତାଙ୍କ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ତରଫରୁ ବାଟରେ ତାଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳ ତାଙ୍କ ପାଖରୁ ନଗଦ ୧ ଲକ୍ଷ ୭ହଜାର ଟଙ୍କା ମିଳିଥିଲା । ଏହି ଟଙ୍କା କେଉଁଠୁ ଆଣିଲେ ବୋଲି ଭିଜିଲାନ୍ସ ଅଧିକାରୀ ପ୍ରଶ୍ନ କରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ । ତେବେ ଭିଜିଲାନ୍ସ ତାଙ୍କ କବଳକୁ ନେଇ ଆହୁରି ତଦନ୍ତ ଜାରି କରୁଥିବାନେଇ ଜଣା ପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *