ଥାନା ହାଜତରେ ଯୁବକଙ୍କ ମୃତ୍ୟୁ, ପୋଲିସ-ଜନତା ମୁହାଁମୁହିଁ

ବରଗଡ଼: ଥାନା ହାଜତରେ ଥିବା ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା । ପୋଲିସ ମାଡରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା । ଶବ ଧରି ରାସ୍ତାରେ ପୋଲିସ-ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି । ଉତ୍ତେଜନା ଆହୁରି ତୀବ୍ର ରୂପ ନେଉଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୋଲିସ କରିଥିଲା ଲାଠିଚାର୍ଜ । ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲାର ତୋରା ଗ୍ରାମରେ । ସୂଚନା ଅନୁଯାୟୀ, ଗତ ଜୁଲାଇ ମାସ ୨୦ ତାରିଖରେ ମାଡପିଟ ଘଟଣାକୁ ନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲାକୁ ରୁଜୁ ହୋଇଥିଲା । ବରଗଡ ତୋରା ଗ୍ରାମର ରାଧେଶ୍ୟାମ କୁମ୍ଭାରଙ୍କ ପୁଅ ଗୋବିନ୍ଦ କୁମ୍ଭାରଙ୍କୁ ପୋଲିସ ଗତ ରାତିରେ ଟାଉନ ଥାନାକୁ ଉଠାଇ ଆଣିଥିଲା । ଆଜି ସକାଳେ ଗୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପ୍ରଥମେ ପୁରୁଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଖେଦାପାଲି ସ୍ଥିତ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଡାକ୍ତରଖାନାକୁ ପହଞ୍ଚିବା ପୂର୍ବରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ତେବେ ଖବର ପାଇଁ ପରିବାର ଲୋକ ଏବଂ ଗ୍ରାମବାସୀ ଡାକ୍ତରଖାନାକୁ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିଲେ । ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ପୋଲିସ ଗୋବିନ୍ଦଙ୍କୁ ପିଟି ପିଟି ମାରି ଦେଇଛି ଏବଂ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିଥିବା ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଏପରିକି ଗୋବିନ୍ଦଙ୍କୁ ମାରି ହତ୍ୟା କରିଥିବା ପୋଲିସ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାନଗଲେ ଆତ୍ମହତ୍ୟା କରିବେ ବୋଲି କହି ଡାକ୍ତରଖାନାର ସାତ ମହଳା ଉପରକୁ ଚଢି ଯାଇଥିଲେ । ଅନ୍ୟପକ୍ଷରେ ଘଟଣାକୁ ନେଇ ପୋଲିସ ଗୋବିନ୍ଦଙ୍କୁ ଏକ ମାମଲାରେ ତାଙ୍କୁ ଘରୁ ଆଣି ଥାନାରେ ରଖିଥିବା କଥା ସ୍ୱୀକାର କରିଛି ପୋଲିସ । ଥାନାରେ ଗୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତୁରନ୍ତ ଚିକିତ୍ସାଳୟକୁ ପଠାଇଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି । ତେବେ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ନେଇଯାଉଥିବା ସମୟରେ ମୃତକଙ୍କ ପରିବାର ଓ ଗ୍ରାମବାସୀ ମୃତ ଶରୀରକୁ ରଖି ଆନ୍ଦୋଳନକୁ ଓହ୍ଳାଇଥିଲେ ଏବଂ ଡାକ୍ତରଖାନାର ମୁଖ୍ୟ ଫାଟକରେ ଭଙ୍ଗାରୁଜା କରିଥିଲେ । ପରେ ବରଗଡ ଗାନ୍ଧୀଛକ ଠାରେ ରାସ୍ତାରୋକ ଆନ୍ଦୋଳନକୁ ଓହ୍ଳାଇଥିବା ଉତ୍ତେଜନା ଦେଖିବାକୁ ମିଳିଥିଲା । ଏପରିକି ପୋଲିସ୍‌- ଉତ୍ତ୍ୟକ୍ତ ଲୋକେ ଧସ୍ତାଧସ୍ତି ହୋଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିଲା । ସ୍ଥିତି ଅସମ୍ଭାଳ ହେବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ବୋଲି ବରଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲିପ କୁମାର ବାଗ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *