୩ ଦିନ ଧରି ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଆସନ୍ତାକାଲି ଶନିବାର ଠାରୁ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ୩ ଦିନ ଧରି ବନ୍ଦ ରହିବ । କାଲି ମାସର ଦ୍ୱିତୀୟ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବା ଥିବାବେଳେ ୨୯ରେ ରବିବାର ବ୍ୟାଙ୍କ ଛୁଟି । ସେହିଭଳି ସୋମବାର ୩୦ ତାରିଖରେ ଜନ୍ମାଷ୍ଟମୀ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଭଳି ଭାବେ ରାଜ୍ୟରେ ଶନିବାର, ରବିବାର ଓ ସୋମବାର ବ୍ୟାଙ୍କ ବନ୍ଦ ରହିବ । ରାଜ୍ୟ ସରକାର ଜନ୍ମାଷ୍ଟମୀରେ ବ୍ୟାଙ୍କ ଛୁଟି ଘୋଷଣା କରିବା ସହ ଏନେଇ ସବୁ ବିଭାଗ ଓ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଇଛନ୍ତି । ଏହି ୩ ଦିନ ଯେଭଳି ଭାବେ ଏଟିଏସ ସେବା ପ୍ରଭାବିତ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *