ବଦଳିଲା ବ୍ୟାଙ୍କିଙ୍ଗ୍ ସମୟ

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ଯୋଗୁଁ ହାହାକାର ସୃଷ୍ଟି ହୋଇଛି । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କିଙ୍ଗ ସମୟରେ ପରିବର୍ତ୍ତନ କରାଯାଇଛି । ଗ୍ରାହକମାନଙ୍କ ପାଇଁ ଏଣିକି ସକାଳ ୧୦ରୁ ଅପରାହ୍ନ ୪ଟା ପରିବର୍ତ୍ତେ ଦିନ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ ରହିବ । କିନ୍ତୁ ପୂର୍ବଭଳି ବ୍ୟାଙ୍କ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ । ଆସନ୍ତା ମେ’ ୧୫ ତାରିଖ ଯାଏଁ ବ୍ୟାଙ୍କିଙ୍ଗର ଏହିି ନୂଆ ସମୟ ଲାଗୁ ରହିବ । ନୂଆ ସମୟ ନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ନିର୍ଦ୍ଦେଶ ଦେଇଛି ଅର୍ଥ ବିଭାଗ । ସେହିପରି କରୋନା ମୁକାବିଲା ପାଇଁ ରୋଟେସନ ଆଧାରରେ ୫୦% କର୍ମଚାରୀଙ୍କୁ ନେଇ କାମ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସବୁ ଜିଲ୍ଲାରେ ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *