ଛାତ୍ରଛାତ୍ରୀ ପଢ଼ିବେ ‘ବନ୍ଦେ ଉତ୍କଳ ଜନନୀ’, ସିଲାବସରେ ସ୍ଥାନ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ସ୍କୁଲରେ ଛାତ୍ରଛାତ୍ରୀ ପଢ଼ିବେ ‘ବନ୍ଦେ ଉତ୍କଳ ଜନନୀ’ । ସିଲାବସରେ ସ୍ଥାନ ପାଇଲା ‘ବନ୍ଦେ ଉତ୍କଳ ଜନନୀ’  । ନବମ ଓ ଦଶମ ଶ୍ରେଣୀ ସିଲାବସରେ ସ୍ଥାନ ପାଇଛି ଏହି ବିଷୟ  । ସୂଚନା ମୁତାବକ ମାତୃଭାଷା ଓଡ଼ିଆ ବିଷୟରେ ରାଜ୍ୟ ସରକାର  ‘ବନ୍ଦେ ଉତ୍କଳ ଜନନୀ’କୁ ସ୍ଥାନିତ କରିଛନ୍ତି  । ତେବେ ଗତବର୍ଷ ଜୁନ ୭ରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତାକୁ କ୍ୟାବିନେଟ୍ ଅନୁମୋଦନ ଦେଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଥିଲେ । ଏହା ସହ ନଭେମ୍ବର ମାସରେ ‘ବନ୍ଦେ ଉତ୍କଳ ଜନନୀ’ ସ୍କୁଲ୍ ପାଠ୍ୟକ୍ରମରେ ସ୍ଥାନ ପାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ମାଧ୍ୟମିକ ସ୍ତରରେ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସ୍ଥାନ ପାଇବ ବୋଲି କୁହାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *