ଏଣିକି ଲକଡାଉନରେ କରିପାରିବେ ନାହିଁ ମର୍ଣ୍ଣିଂ ୱାକ୍ ଓ ସାଇକ୍ଲିଂ

ଭୁବନେଶ୍ୱର  : ଚଳିତ ମାସ ୫ ତାରିଖରୁ ରାଜ୍ୟବ୍ୟାପୀ ଲକଡାଉନ୍ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ସମୟରେ ଜରୁରୀକାଳୀନ କାର୍ଯ୍ୟକୁ ଅନୁମତି ଦିଅଯାଇଥିବା ବେଳେ ଅନ୍ୟସବୁ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା । ଅନ୍ୟ ପକ୍ଷରେ ଲୋକମାନଙ୍କ ସକାଳ ସମୟରେ ୧ ଘଣ୍ଟା ପାଇଁ ମଣ୍ଣିଂ ୱାକ୍ ଏବଂ ସାଇକ୍ଲିଂ କରିବା ପାଇଁ ଅନୁମତି ଦିଆଯାଇଥିଲା । ହେଲେ ଆଜି ତାହା ଉପରେ ରୋକ୍ ଲଗାଇଛନ୍ତି ପୋଲିସ୍ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ । ଏନେଇ ସେ ପ୍ରେସମିଟ୍ ମାଧ୍ୟମରେ ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସକାଳ ସମୟରେ ୱାକିଂ, ସାଇକ୍ଲିଂ କରିପାରିବେ ନାହିଁ । କିଛି ଲୋକଙ୍କୁ ମଣ୍ଣିଂ ୱାକ୍ ନାମରେ କରୋନା ଗାଇଡଲାଇନ୍ ଭାଙ୍ଗୁଥିବା ଦେଖିବାକୁ ମିଳିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମୟର ଫାଇଦା ଉଠାଇ କିଛି ଲୋକ ବାହାରେ ବୁଲୁଛନ୍ତି । ଆଉ କରୋନା ନିୟମକୁ ଉଲଂଘନ କରୁଛନ୍ତି । ତେଣୁ ସେ ଲୋକ ମାନଙ୍କୁ ଅପିଲ୍ କରିଛନ୍ତି ଯେ, କରୋନା ନିୟମକୁ ମାନନ୍ତୁ । ସଂକ୍ରମଣ ବଢ଼ୁଥିବା ବେଳେ ଅଯଥା ଆସି ବାହାରେ ବୁଲନ୍ତୁ ନାହିଁ । ଲକଡାଉନ୍ ର ଉଦ୍ଦେଶ୍ୟ ରାସ୍ତା ଉପରେ ଆସି ଗହଳୀ କରିବା ନୁହେଁ । ଅନ୍ୟପଟେ କଳାବଜାରୀ, ଅସାଧୁ ବ୍ୟବସାୟୀଙ୍କ ଠାରୁ ସଚେତନ ରହିବାକୁ ଚେତାବନୀ ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା । ଏଡିଜି ଯଶୋବନ୍ତ ଜେଠୱା ଆଇନଶୃଙ୍ଖଳାକୁ ନେଇ ଚେତାବନୀ ଦେଇ କହିଛନ୍ତି ଯେ, କୌଣସି ଘରୋଇ ହସ୍ପିଟାଲ ଅଧିକ ଅର୍ଥ ନେଉଥିଲେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ଉପରେ ନଜର ରଖିବାକୁ ୨୨ଟି ଫ୍ଲାଇଂ ସ୍କ୍ୱାର୍ଡ ଗଠନ କରାଯାଇଛି । ସେମାନେ ଏହି ସବୁ କାର୍ଯ୍ୟକଳାପ ଉପରେ ନଜର ରଖିବେ । ଅମାନିଆଙ୍କ ଠାରୁ ୨ କୋଟି ୮୦ ଲକ୍ଷ ଜୋରିମାନା ଆଦାୟ ହୋଇଛି । ଏଥିସହିତ ୭୧ଟି ମାମଲା ରୁଜୁ ହେବା ସହିତ ୨୬୯ ଜଣ ଗିରଫ ଏବଂ ୮୩୦୦ ଗାଡି ଜବତ ହୋଇଛି ।
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *