କୁଲଡିହା ଅଭୟାରଣ୍ୟରେ ନିଆଁ ଲାଗିଥିବା ଘଟଣାରେ ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ୱର : ସାତଦିନ ଧରି କୁଲଡିହା ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି ବହୁ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଏହା ବନବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆଜି ଦିବା ୧୧ଟା ସମୟରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଆଁ ଲାଗିଥିବା ସ୍ଥଳକୁ ପରିଦର୍ଶନ କରିବା ସହିତ ବନବିଭାଗର ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିବାର ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡସ୍ଥେôବା ୨୭୨.୭୫ବିର୍ଗ କି.ମି. ପରିଧି ବିଶିଷ୍ଟ କୁଲଡିହା ଅଭୟାରଣ୍ୟର ୨୦୫ଟି ସ୍ଥାନରେ ୭ଦିନ ଧରି ୧୧୬.୫୬ ହେକ୍ଟର ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡ଼ିଛି । ଗରଡିହି, ତେଲିପାଳ, ବାଲିଆନାଳ, ନଣ୍ଡାରୀ ପାହାଡ଼, ପଞ୍ଚଲିଙ୍ଗେଶ୍ୱର ସମେତ ସୋର ବନ ବିଭାଗ ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି ଶାଳ, ପିଆଶାଳ, ଶାଗୁଆନ ସମେତ ଛୋଟ ଛୋଟ ଗଛ ପୋଡ଼ି ପାଉଁଶ ହୋଇଯାଇଛି । ବନ୍ୟଜନ୍ତୁ ଗୁଡ଼ିକ ଜୀବନ ବିକଳରେ ଗାଁ ମୁଁହା ହୋଇଥିବା ବେଳେ ହାତୀମାନେ ବିଭିନ୍ନ ଅଞ୍ଚଳକୁ ପଶି ଉପଦ୍ରବ ଚଳାଇ ଆସୁଥିଲେ ।

ନିଆଁ କିଏ ଲଗାଉଛି , କ’ଣ ପାଇଁ ଲଗାଉଛି ବନବିଭାଗ ଏହାର କାରଣ ଖୋଜି ବୁଲୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କୁଲଡିହା ଅଭୟାରଣ୍ୟର ନିଆଁ ପଅଭାବିତ ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ବାଲେଶ୍ୱର ଡି.ଏଫ.ଓ. ବିଶ୍ୱରାଜ ପଣ୍ଡା, ଏ.ସି.ଏଫ. ଶରତ ଚନ୍ଦ୍ର ବେହେରା, ରେଞ୍ଜର ବିଜୟ କୁମାର ମହାପାତ୍ର, ନୀଳଗିରି ରେଞ୍ଜର ମନୱାର ଖାଁ ଙ୍କ ସହିତ ବିଭିନ୍ନ ବିଟ୍‌ର ଫରେଷ୍ଟର ଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଲୋକମାନଙ୍କୁ ବ୍ୟାପକ ସଚେତନ କରିବା ସହିତ ନିଆଁ ଲଗାଉଥିବା ବ୍ୟକ୍ତିକୁ ଧରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଗୁହିରାଭୋଳ, ଜଡ଼ାଚୁଆ, ଅଞ୍ଚଳକୁ ଯାଇ ପର୍ଯ୍ୟଟକମାନଙ୍କ ପାଇଁ ସୁବ୍ୟବସ୍ଥାର ଉନ୍ନୟନମୂଳକ କାର୍ଯ୍ୟର ଆବଶ୍ୟକତା ରିହଛି ବୋଲି ସୂଚନା ଦେଇଥିଲେ । ଖରାଦିନେ କୁଲଡିହା ଅଭୟାରଣ୍ୟରେ ବିଭିନ୍ନ ସ୍ଥାନରେ ପାଣି ଶୁଖିଯାଉଥିବା ବେଳେ ବନ୍ୟଜନ୍ତୁ ଜୀବନ ପାଇଁ ବିପଦ ଥିବାରୁ କିଛି କିଛି ସ୍ଥାନରେ ଚେକଡ୍ୟାମର ଆବଶ୍ୟକତା ରିହଛି ବୋଲି କହିଥିଲେ ।

ଏତେବଡ଼ ଅଭୟାରଣ୍ୟ ଭିତରେ ସ୍ୱଳ୍ପ କର୍ମଚାରୀ ଥିବାରୁ ଅଭୟାରଣ୍ୟର ସୁରକ୍ଷା ସହିତ ନିଆଁ ଲାଗିଲେ ଏହାର ମୁକାବିଲା ପାଇଁ ବନ ବିଭାଗ ବିଫଳ ହେଉଥିବାରୁ ଆବଶ୍ୟକ କର୍ମଚାରୀ ସହିତ ନିଆଁ ଲିଭା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ରାଜ୍ୟ ସରକାର ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ଷଡ଼ଙ୍ଗୀ ଦାବୀ କରିଛନ୍ତି । ନିଆଁ ଲାଗି କ୍ଷୟକ୍ଷତିର ତଦନ୍ତ ରିପୋର୍ଟ ସେ ଖୁବ୍ ଶୀଘ୍ର କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ସହିତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି । ଏହି ଗସ୍ତରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ବିଜେପି ନେତା କରୁଣାକର ପଣ୍ଡା, ପ୍ରବୀଣ ନାୟକ, ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *