ଯୁବତୀଙ୍କୁ କମେଣ୍ଟ ମାରି ଥାନାରେ ସରପଞ୍ଚ

ବଲାଙ୍ଗିର : ଯୁବତୀଙ୍କୁ କମେଣ୍ଟ ମାରି ଥାନାରେ ସରପଞ୍ଚ । ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ଓ ଯୁବତୀଙ୍କୁ କମେଣ୍ଟ ମାରିବା ଜଣେ ଜନପ୍ରତିନିଧିଙ୍କୁ ମହଙ୍ଗା ପଡ଼ିଛି । ଅଭିଯୋଗ ପାଇ ଅଭିଯୁକ୍ତ ସରପଞ୍ଚଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ସରପଞ୍ଚ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ରାମଚନ୍ଦ୍ରପୁରର ଗୌର ଚନ୍ଦନ । ଗୌର ଚନ୍ଦନଙ୍କ ଏଭଳି ଲଜ୍ଜାଜନକ କାରନାମା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସରପଞ୍ଚ ଗୌର ଚନ୍ଦନ ଏବ ତାଙ୍କର ଦୁଇ ଜଣ ସହଯୋଗୀ ବଲାଙ୍ଗିର ଆସିଥିଲେ । ସହରର ପ୍ୟାଲେସ ଲାଇନ ଠାରେ ଥିବା ଏସଏଚଜି ଆଉଟଲେଟ ସାମନା ରାସ୍ତା କଡରେ ମଦ୍ୟପାନ କରିଥିଲେ । ଏପରିକି ରାସ୍ତା କଡରେ ଯାଉଥିବା ମହିଳାମାନଙ୍କୁ କମେଣ୍ଟ ମାରିଥିଲେ । ଏନେଇ ଏସଏଚଜି ଆଉଟଲେଟର କର୍ମକର୍ତ୍ତାମାନେ ପୋଲିସକୁ ଖବର ଦେଇଥିଲେ ।

ଟାଉନ ପୋଲିସ ଘଟଣାସ୍ଥଳକୁ ଯାଇ ସରପଞ୍ଚ ଗୌର ଚନ୍ଦନ ଏବଂ ଜଣେ ସହଯୋଗୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଆଉ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି। ପୋଲିସ ୨ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଏନେଇ ଏସଏଚଜି ଆଉଟଲେଟର କର୍ମକର୍ତ୍ତାଙ୍କ ତରଫରୁ ଟାଉନଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏସଏଚଜି ଆଉଟଲେଟ ସାମନାରେ ୩ ଜଣ ଲୋକ ଆସିଥିଲେ । ସେମାନେ ମଦର ଆସର ଜମାଇଥିଲେ । ଏପରିକି ଯେଉଁମାନେ ଅଫିସକୁ ଆସୁଥିଲେ ସେମାନଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ସେମାନଙ୍କୁ ଡ଼ରି ଏସଏଚଜି କର୍ମକର୍ତ୍ତାମାନେ ଲାଇଟ୍ ଅଫ କରି ରୁମ୍‌ରେ ରହିଯାଇଥିଲେ । ଶେଷରେ ଏନେଇ ଆମେ ସେମାନଙ୍କୁ ତାଗିଦ୍ କରିବା ସହ ପୋଲିସକୁ ଖବର ଦେଇଥିଲୁ । ସ୍ଥାନୀୟ ଲୋକଙ୍କ ସହାୟତା ୨ ଜଣଙ୍କୁ କାବୁ କରାଯାଇଥିଲା । ଏସଏଚଜି ଆଉଟଲେଟ ନିକଟରେ ଜଗର୍ସ ପାର୍କ ଓ ଚିଲଡ୍ରେନ୍ସ ପାର୍କ ଥିବାରୁ ଏଠାରେ ସବୁବେଳେ ଲୋକଙ୍କ ଭିଡ ଲାଗେ । ତେବେ ଅସାମାଜିକ ତତ୍ତ୍ୱଙ୍କ କାର୍ଯ୍ୟକଳାପ ବୃଦ୍ଧି ଆଶଙ୍କା କରି ପୋଲିସ ପାଟ୍ରୋଲିଂ ଜୋରଦାର କରିବାକୁ ଦାବି ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *