ନୂଆଖାଇ ଭେଟଘାଟ ସାଙ୍ଗକୁ ବିଜେଡିର ମିଶ୍ରଣ ପର୍ବ

ବଲାଙ୍ଗୀର(ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗୀର ଜିଲ୍ଲାର ବେଳପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଖୁନ ଗ୍ରାମ ର ଖେଳପଡ଼ିଆ ଠାରେ ପ୍ରଦୀପ ବେହେରାଙ୍କ ଙ୍କ ନେତୃତ୍ୱରେ ଏକ ବିରାଟ ନୂଆଖାଇ ଭେଟଘାଟ ସାଙ୍ଗକୁ ବିଜେଡ଼ି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଏହି ମିଶ୍ରଣ ପର୍ବରେ ଓ ନୂଆଖାଇ ଭେଟଘାଟ ରେ ପାଟଣାଗଡ଼ ବିଧାୟକ ଶ୍ରୀ ସରୋଜ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂତନ ଭାବେ ଯୋଗଦେଇ ଥିବା କର୍ମୀ ମାନଙ୍କୁ ସ୍ୱାଗତ କରିଥିଲେ। ଓ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ ।ସେ କହିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଶାସନ ଓ ତାଙ୍କର କାର୍ଯ୍ୟକଳାପ କୁ ବଖାଣି ଥିଲେ। ଛୁଆ ଜନ୍ମ ଗ୍ରହଣ କରିବାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ସରଳ ଭାବରେ ବୁଝାଇ ବ ସହ ତାର ସତ ଉପଯୋଗ କରିବାକୁ କହିଥିଲେ।ଓ ଆଗାମୀ ପଞ୍ଚାୟ ତ ନିର୍ବାଚନ ମଇଦାନ ରେ କିପରି ବିଜେଡି ଭଲ ପ୍ରଦର୍ଶନ କରିବ ଓ ବିଜେଡ଼ି ବିଜୟଲାଭ କରିବା ତାର ଗୁରୁମନ୍ତ୍ର ଦେଇଥିଲେ। ଏହି ସଭାରେ ବେଳପଡା ବ୍ଲକ ର ଅନେକ ଯୁବନେତା ମନେ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ।ସଭା ପରିଚାଳନା କରିଥିଲେ ଦୁର୍ଯ୍ୟୋଧନ କୁମ୍ଭାର। ଏହି ମିଶ୍ରଣ ପର୍ବ ଓ ନୂଆଖାଇ ଭେଟଘାଟ ରେ ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗଦେଇଥିଲେ। ଏହି ମିଶ୍ରଣ ପର୍ବରେ ମଞ୍ଚସିନ ଥିଲେ ବିଧାୟକ ଙ୍କ ନୋମିନି ଶ୍ରୀ ଗଣେଷ କୁମ୍ଭାର,ଦୁର୍ଯୋଧନ କୁମ୍ଭାର, ରବୀନ୍ଦ୍ର ମେହେର, ମହେଶ୍ୱର ସାହୁ,ମୁନା ମେହେର,ବାଗଦୋର ପଞ୍ଚାୟ ତ ର ପୂର୍ବତନ ସରପଞ୍ଚ ଶୋଭାକର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *