ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ

ନିମାପଡା : ବଳଙ୍ଗା ଥାନାରେ ବିସ୍ଫୋରଣ । ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ସୋମବାର ବିଳମ୍ବିତ ରାତ୍ରରେ ବିସ୍ଫୋରଣ ହୋଇଛି । ଏଥିରେ ଥାନାର ଅନେକ ଆସବାବପତ୍ର ପୋଡି ଯାଇଥିବା ସୂଚନା ମିଳିଛି । ସୂଚନାନୁସାରେ, ସୋମବାର ରାତି ପ୍ରାୟ ୩ଟା ବେଳେ ବିସ୍ଫୋରଣ ଘଟିଥିଲା । ତେବେ ଏହାର କାରଣ ଜଣାପଡିନାହିଁ । ସେହି ସମୟରେ ଥାନାରେ କୌଣସି କର୍ମଚାରୀ ଉପସ୍ଥିତ ନଥିଲେ । କେବଳ ଥାନା ବାହାରେ ଜଣେ କନଷ୍ଟେବଳ ଡ୍ୟୁଟି କରୁଥିଲେ । ବିସ୍ଫୋରଣରେ ଥାନାର କାନ୍ଥ ମଧ୍ୟ ଫାଟି ଯାଇଥିବା ଦେଖିବାକୁ ମିଳିଛି । ବିସ୍ଫୋରଣର କାରଣ ଜଣାପଡିନାହିଁ । ଘଟଣା ସ୍ଥଳରେ ପିପିଲି ଏସଡିପିଓଙ୍କ ସମେତ ପୁରୀ ଏସପି ପହଞ୍ଚିଥିଲେ । କେହି ଆହତ ହୋଇ ନ ଥିଲେ ମଧ୍ୟ ଆଖ ପାଖ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *