ଥାନା ବିସ୍ଫୋରଣ ଘଟଣା : ଏସ୍‌ଆଇ ତଅପୋଇ ନାୟକ ନିଲମ୍ୱିତ

ପୁରୀ: ପିପିଲି ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏସଆଇ ତଅପୋଇ ନାୟକ ନିଲମ୍ବିତ । ତଅପୋଇଙ୍କୁ ନିଲମ୍ବନ କଲେ ପୁରୀ SP । କର୍ତ୍ତବ୍ୟରେ ଅବହେଳା ପାଇଁ କଲେ ନିଲମ୍ବନ । ମାଲଖାନା ଦାୟିତ୍ୱରେ ଥିଲେ ତଅପୋଇ ନାୟକ । ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ପରେ ନିଲମ୍ୱିତ କରାଯାଇଥିବା ନେଇ ପିପିଲି SDPO ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି । ୨୭ ତାରିଖ ବିଳମ୍ୱିତ ରାତ୍ରୀରେ ଥାନାରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଥାନା ଛାତ ଭୁଶୁଡ଼ିବା ପରେ ଛାତ ଫାଟିଗଲା । ବିସ୍ଫୋରଣରେ ଥାନା ଭିତରର ନକ୍ସା ବଦଳି ଯାଇଛି ।  ଥାନା ଭିତରର ସବୁ ଆସବାବପତ୍ର ଛିନଛତ୍ର ହୋଇପଡିଛି। ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ, କମ୍ପ୍ୟୁଟର, ଟେବୁଲ, ଚେୟାର ସବୁ ନଷ୍ଟ ହୋଇଯାଇଥିଲା । ତେବେ ସୌଭାଗ୍ୟବଶତଃ ବିସ୍ଫୋରଣରେ କାହାରି ପ୍ରାଣହାନୀ ଘଟିନି । ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରେ ପିପିଲି ଏସଡିପିଓଙ୍କ ସମେତ ପୁରୀ ଏସପି ପହଞ୍ଚିଛନ୍ତି। ବିସ୍ଫୋରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *