ଓଡ଼ିଶାରେ ବନ୍ଦ ପାଳନ ଆଂଶିକ ପ୍ରଭାବ

ଭୁବନେଶ୍ୱର : କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ବିରୋଧରେ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ବିଭିନ୍ନ ରାଜନୀତିକ ଦଳ ସମର୍ଥନ କରୁଛନ୍ତି । ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଓଡ଼ିଶାରେ ସାମାନ୍ୟ ପାଟିତୁଣ୍ଡ ଓ ଗଣ୍ଡଗୋଳକୁ ଛାଡ଼ିଦେଲେ ମୋଟାମୋଟି ବନ୍ଦ ଶାନ୍ତିପୂର୍ଣ୍ଣ ଥିଲା । ରାଜ୍ୟର ସମସ୍ତ ଗଳିକନ୍ଦିରେ ଛୋଟ ଛୋଟ ଦୋକାନକୁ ଛାଡି ଦେଲେ ବଡ଼ବଡ଼ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା । ରାଜ୍ୟରେ ଛୋଟ ଛୋଟ ଯାନବାହାନ ଯିବା ଆସିବା କରିଥିଲା ବେଳେ ବସ ଓ ଭାରୀଯାନ ବନ୍ଦ ରହିଥିଲା । ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ରାଜ୍ୟର କୋଣ ଅନୁକୋଣରେ ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିବାବେଳେ ପିକେଟିଂ କରି ବିରୋଧ ପ୍ରକାଶ କରିଥିଲେ । ଫଳରେ ଜାତୀୟ ରାଜପଥରେ ଲମ୍ବା ଲାଇନରେ ଟ୍ରକ ଅଟକି ରହିଥିଲା । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ରାଜ୍ୟରେ ବିରୋଧ ପ୍ରଦର୍ଶନ ବେଳେ ବହୁ ସ୍ଥାନରୁ ବିକ୍ଷୋଭକାରୀଙ୍କୁ ଗିରଫ କରିଥିଲା ପୁଲିସ । ରାଜ୍ୟରେ ବନ୍ଦକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । ରାଜ୍ୟରେ କଂଗ୍ରେସ ଓ ବାମ ଦଳ ଚାଷୀଙ୍କ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ।

ଦିଲ୍ଲୀ ସୀମାରେ ଚାଷୀମାନେ ଜାରି ରଖିଥିବା ଆନ୍ଦୋଳନକୁ ଆଜି ୪ ମାସ ପୂରିଛି । ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁ ନଥିବାରୁ ସେମାନେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରିଥିଲେ । ବନ୍ଦ ବେଳେ ଦେଶର ସମସ୍ତ ସଡ଼କ, ରେଳ ପରିବହନ ସମେତ ଦୋକାନ ବଜାର ଓ ସର୍ବସାଧାରଣ ସ୍ଥାନ ବନ୍ଦ ରହିବ । କିନ୍ତୁ ଜରୁରୀ ସେବା ଗୁଡ଼ିକୁ ଖୋଲା ରହିଥିଲା । ଆମ୍ବୁଲାନ୍ସ ଯିବା ଆସିବାରେ କେହି ବି ବାଧା ସୃଷ୍ଟି କରିବେ ନାହିଁ ବୋଲି ମୋର୍ଚ୍ଚା ପୂର୍ବରୁ ଘୋଷଣା କରାଯାଇଥିଲା । ଭାରତ ବନ୍ଦକୁ ସଫଳ କରିବା ପାଇଁ ଚାଷୀମାନେ ମଧ୍ୟ ସାମିଲ ଥିଲେ । ନବ ନିର୍ମାଣ କୃଷକ ସଙ୍ଗଠନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ରାସ୍ତାରୋକ କରିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *