ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବାଗ୍‌ଚୀ-ଶ୍ରୀଶଙ୍କର କର୍କଟ ହସପିଟାଲ  

ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବାଗ୍‌ଚୀ-ଶ୍ରୀଶଙ୍କର କର୍କଟ ହସପିଟାଲ ଓ ଗବେଷଣା କେନ୍ଦ୍ର । ୨୫୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସପିଟାଲ ୨୦୨୪ ଜାନୁଆରୀ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଇନ୍‌ଫୋସିଟି ଅଞ୍ଚଳରେ ୨୦ ଏକର ଜମି ଯୋଗାଇ ଦେବେ । ରାଜ୍ୟ କବିନେଟ ଏନେଇ ମଞ୍ଜୁରୀ ଦେଇଛି ।

 ସୋମବାର ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ ।  ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ । ୯ଟି ଗୁରୁତ୍ୱପୂର୍ଣ ପ୍ରସ୍ତାବରେ କ୍ୟାବିନେଟ ମୋହର ଲାଗିଛି । ସାଧାରଣ ପ୍ରଶାସନ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ଜନ ଅଭିଯୋଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇସ୍ପାତ ଓ ଖଣି ବିଭାଗରେ ସମ୍ପୃକ୍ତ ପ୍ରସ୍ତାବ ଉପରେ କ୍ୟାବିନେଟର ନିଷ୍ପତ୍ତି ନେଇଛି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବାଗ୍‌ଚୀ-ଶ୍ରୀଶଙ୍କର କର୍କଟ ହସପିଟାଲ ଓ ଗବେଷଣା କେନ୍ଦ୍ର । ଏଥିପାଇଁ ସୁବ୍ରତ ବାଗ୍‌ଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗ୍‌ଚୀ ୨୧୦ କୋଟି ଟଙ୍କା ପ୍ରଦାନ କରିବେ ।

ଏହା ୨୦୨୪ ଜାନୁଆରୀ ସୁଦ୍ଧା ୨୫୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସପିଟାଲ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇନ୍‌ଫୋସିଟି ଅଞ୍ଚଳରେ ୨୦ ଏକର ଜମି ଯୋଗାଇ ଦିଆଯିବ । ପରିବର୍ତ୍ତୀ ସମୟରେ ଶଯ୍ୟା ସଂଖ୍ୟା ୫କ୍ଟକ୍ଟକୁ ବୃଦ୍ଧି କରାଯିବ ଓ ସେହିପରି ଶହେ ଶଯ୍ୟା ବିଶିଷ୍ଟ ଭୁବନେଶ୍ୱରରେ ବାଗ୍‌ଚି-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି  ନିଆଯାଇଛି । ଇନଫୋଭ୍ୟାଲି ନିକଟରେ ସରକାର ଏଥିପାଇଁ ୨୦ ଏକର ଜମି ଯୋଗାଇ ଦେବେ ଓ ଏଥିପାଇଁ ଶ୍ରୀ ବାଗଚି ୧୩୦ କୋଟି ଟଙ୍କା ପ୍ରଦାନ କରିବେ । ପ୍ରଥମ ଥର ପାଇଁ ଏହି ପାଲିଏଟିଭ କେୟାର ହସପିଟାଲ ପ୍ରତିଷ୍ଠା ହେବାକୁ ଯାଉଛି । ମାଗଣାରେ ଶତ ପ୍ରତିଶତ ରୋଗୀ ସେବା ସୁବିଧା ଯୋଗାଇ ଦିଆଯିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ।

ମୁଖ୍ୟ ଶାସନ ସଚିବ କହିଥିଲେ, ଓଡ଼ିଶା ଖଣିଜ ପଦାର୍ଥ ଅଧିନିୟମ-୨୦୦୭ରେ ସଂଶୋଧିତ ପ୍ରସ୍ତାବ ସହିତ ଓଡ଼ିଶା ୱେଲଫେୟାର ସର୍ଭିସ ରୁଲ-୧୯୯୨ରେ ସଂଶୋଧିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ଅନ୍ୟ ପକ୍ଷରେ ଜିଲ୍ଲା ବିଚାରପତିଙ୍କ କ୍ୟାଡର ନିଯୁକ୍ତି ପ୍ରକ୍ରିୟାକୁ ସହଜ କରାଯାଇଛି । ଏନେଇ ନିଯୁକ୍ତି ବର୍ଷ ଅଗଷ୍ଟ ପହିଲା ପରିବର୍ତ୍ତେ ଏପ୍ରିଲ ୧କୁ ଧରାଯିବ । ନିଯୁକ୍ତି ବର୍ଷରେ ଅଧିକାରୀଙ୍କ ବରିଷ୍ଠତା ପଦ୍ଧତିକୁ ସ୍ଥିର କରାଯିବ । ଏଥିପାଇଁ ଓଏସଜେଏସ ଏବଂ ଓଜେଏସ ନିୟମାବଳୀରେ ସଂଶୋଧନ କରାଯିବ । ଏହି ସଂଶୋଧିତ ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ ଲାଭ କରିଛି ବୋଲି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *