ହେୟାର ଷ୍ଟାଇଲ ଖରାପ କରିବା ସେଲୁନକୁ ପଡିଲା ମହଙ୍ଗା, ଶେଷରେ ଦବାକୁ ପଡ଼ିଲା ଏତିକି….

ନୂଆଦିଲ୍ଲୀ : ମହିଳାମାନେ ସାଧାରଣତଃ ସେମାନଙ୍କ କେଶକୁ ନେଇ ଖୁବ୍ ସମ୍ବେଦନଶୀଳ ରୁହନ୍ତି । କେଶର ଯତ୍ନ ନେବା ପାଇଁ ସେମାନେ ଖୁବ୍ ଅର୍ଥ ମଧ୍ୟ ଖର୍ଚ୍ଚ କରିଥାନ୍ତି । କିନ୍ତୁ ଯଦି କୌଣସି ସେଲୁନ ଭୂଲ କରେ ତେବେ ସେଲୁନକୁ ତା’ର ପରିଣତି ଭୋଗିବାକୁ ପଡିଥାଏ । ଏମିତି ଏକ ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ପକ୍ଷରୁ ଗୋଟେ ସେଲୁନର ମହିଳାଙ୍କୁ ୨ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛି । ଏହି ସେଲୁନ୍ ମହିଳା ମଡେଲଙ୍କ ହେୟାର ଷ୍ଟାଇଲ୍ ଖରାପ କରିବା ସହ ହେୟାର ଟ୍ରିଟମେଣ୍ଟ ମଧ୍ୟ ଭୂଲ୍ ଉପାୟରେ କରିଥିଲା । ଫଳରେ ମହିଳାଙ୍କ ଜଣେ ଶୀର୍ଷ ମଡେଲ ହେବାର ସ୍ୱପ୍ନ ଭାଙ୍ଗିଯାଇଛି ବୋଲି ସେ ଅଭିଯୋଗ କରିଥିଲେ । ଏହାକୁ ନେଇ ଏନସିଡିଆରସିର ଅଧ୍ୟକ୍ଷ ଆରକେ ଅଗ୍ରୱାଲ୍ ଏବଂ ଏସଏମ କାନ୍ତିକରଙ୍କ ପୀଠ ଫାଇଭ୍ ଷ୍ଟାର ହୋଟେଲର ସେଲୁନକୁ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ଏହି ମହିଳା ମଡେଲ ଜଣଙ୍କ ହେଉଛନ୍ତି ଆଶନା ରାୟ । ତାଙ୍କର ଲମ୍ବା କେଶ କାରଣରୁ ସେ ବହୁ ବଡ଼ ବଡ଼ ବ୍ରାଣ୍ଡ ପାଇଁ ମଡେଲିଂ କରନ୍ତି । ସେ ୨୦୧୮ରେ ଦିଲ୍ଲୀରେ ସ୍ଥିତ ଏକ ହୋଟଲର ସେଲୁନକୁ ଯାଇଥିଲେ । ଏଠାରେ ସେଲୁନ ତାଙ୍କ କେଶ ଭୁଲ କାଟିବା ଏବଂ ଟ୍ରିଟମେଣ୍ଟ ଖରାପ କରିବା ଯୋଗୁ ସେ ତାଙ୍କ କାମ ହରାଇଛନ୍ତି । ଏଥିପାଇଁ କ୍ଷତି ସହିବାକୁ ପଡିଛି । ଏପରିକି ସେଲୁନ୍‌ରେ କିଛି କର୍ମଚାରୀଙ୍କ ଅବହେଳା କାରଣରୁ ତାଙ୍କ ମୁଣ୍ଡ ମଧ୍ୟ ଜଳିଯାଇଛି । ତାଙ୍କୁ ଏବେ ଆଲର୍ଜି ହୋଇଛି । ତେବେ ହୋଟେଲ ନିଜର ଭୁଲ୍ ସ୍ୱୀକାର କରିଥିଲା ଏବଂ ମାଗଣାରେ ମହିଳାଙ୍କର ଉପଚାର କରିବାଘଉଊଜଉ ପାଇଁ ମଧ୍ୟ ଚେଷ୍ଟା କରିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *