Axis Bank partners with Tata AIG General Insurance Company Ltd. (Tata AIG), to offer Group Medicare products for its customers from the LGBTQIA+ Community

ଏଲ୍‌ଜିବିଟିକ୍ୟୁଆଇଏ+ ଗୋଷ୍ଠୀର ଗ୍ରାହକମାନଙ୍କୁ ଗ୍ରୁପ୍ ମେଡିକେୟାର ଉତ୍ପାଦ ପ୍ରଦାନ କରିବା ଲାଗି ଆକ୍ସିସ୍ ବ୍ୟାଙ୍କ ଓ ଟାଟା
ଏଆଇଜି ଜେନେରାଲ୍ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍ ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ଏଲ୍‌ଜିିବିଟିକ୍ୟୁଆଇଏ+ ଗୋଷ୍ଠୀର ନୂଆ ଗ୍ରାହକମାନଙ୍କୁ ଗ୍ରୁପ୍ ମେଡିକେୟାର ଉତ୍ପାଦ ପ୍ରଦାନ କରିବା ଲାଗି ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଟାଟା ଏଆଇଜି ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଏହି ଗୋଷ୍ଠୀ ପାଇଁ ବ୍ୟାଙ୍କ ପକ୍ଷରୁ ୨୦୨୧ରେ “କମ୍‌ଆଜୟୁଆର’ ଅଭିଯାନ ଆରମ୍ଭ କରାଯାଇଥିଲା । ବିବିଧତା, ସମାନତା ଏବଂ ଅନ୍ତର୍ଭୁକ୍ତୀକରଣର ପ୍ରସାର ଲାଗି ଏଥିରେ ବ୍ୟାଙ୍କ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ସାମିଲ କରାଯାଇଛି । ସମାନ ଲିଙ୍ଗର ଦମ୍ପତିଙ୍କୁ ଯୁଗ୍ମ ଖାତା ଏବଂ ଟର୍ମ ଡିପୋଜିଟ୍ ଖାତା ଖୋଲିବା ଲାଗି ଏଥିରେ ଅନୁମତି ଦିଆଯାଇଛି । ବିବିଧ ଲିଙ୍ଗର ଗ୍ରାହକଙ୍କୁ ସାମିଲ କରିବା ଲାଗି ଏଥିରେ ବ୍ୟବସ୍ଥା ରହିଛି ।
ବ୍ୟାଙ୍କ ଭିତରେ ଏବଂ ଗ୍ରାହକମାନଙ୍କ ମଧ୍ୟରେ ବିବିଧତା, ସମାନତା ଏବଂ ଅନ୍ତର୍ଭୁୂକ୍ତୀକରଣର ପ୍ରସାର କରିବା ଲାଗି ଗ୍ରହଣ କରାଯାଇଥିବା କାର୍ଯ୍ୟକୁ ଟାଟା ଏଆଇଜି ସହ ସହଯୋଗିତା ଜରିଆରେ ଜାରି ରଖାଯାଇଛି । ଏହାଜରିଆରେ ସମାନ ଲିଙ୍ଗର ଦମ୍ପତିମାନେ ନିଜ ଜୀବନସାଥୀଙ୍କ ଜରୁରୀକାଳୀନ ମେଡିକାଲ୍ ସ୍ଥିତି ଲାଗି ସୁରକ୍ଷା ପ୍ରଦାନ କରିପାରିବେ । ପୂର୍ବରୁ ଥିବା ଗ୍ରୁପ୍ ମେଡିକେୟାର ଉତ୍ପାଦରେ ମାତ୍ର ୧୯୯୯ ଟଙ୍କା ଏବଂ ଜିଏସ୍‌ଟି ସହ ୧୫ ଲକ୍ଷ ଟଙ୍କାର ଟପ୍ ଅପ୍ ବିକଳ୍ପ ସ୍ୱତନ୍ତ୍ର ଭାବେ ଆକ୍ସିସ୍ ବ୍ୟାଙ୍କ ଗ୍ରାହକମାନଙ୍କ ଲାଗି ଉପଲବ୍ଧ ରହିଛି । ଏହି ଅବସରରେ ଆକ୍ସିିସ୍ ବ୍ୟାଙ୍କର ଇଭିପି ଓ ହେଡ୍‌-ପ୍ରାଇଭେଟ୍‌, ପ୍ରିମିୟମ୍ ବ୍ୟାଙ୍କିଙ୍ଗ ଓ ଥାର୍ଡ ପାର୍ଟି ଉତ୍ପାଦ ସତୀଶ କ୍ରିଷ୍ଣମୂର୍ତି କହିଛନ୍ତି ଯେ, “ବ୍ୟାଙ୍କର ବ୍ୟାପକ ଇଏସ୍‌ଜି ପ୍ରତିବଦ୍ଧତାର ଅଂଶସ୍ୱରୂପ “ବିବିଧତା ଓ ଅନ୍ତର୍ଭୁକ୍ତୀକରଣ’ ହେଉଛି ବ୍ୟାଙ୍କ ଧ୍ୟାନ ଦେଉଥିବା ଏକ କ୍ଷେତ୍ର । ଆମ ଆଭ୍ୟନ୍ତରୀଣ କାର୍ଯଅ୍ୟରେ ଆମେ ସମାନତାର ପ୍ରକ୍ରିୟା ଉତ୍ପାଦ ଓ ସେବା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଉଛୁ ଯାହା ସମସ୍ତଙ୍କ ପାଇଁ କ୍ଷେତ୍ର ସୃଷ୍ଟି କରିପାରିବ । ଏହି ଉଦ୍ୟମରେ ଆମେ ଲିଙ୍ଗ ସମାନ ଦମ୍ପତିଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା ଲାଗି ଟାଟା ଏଆଇଜି ସହିତ ସହଯୋଗିତା ସ୍ଥାପନ କରିଥିବାରୁ ବହୁତ ଖୁସି । ନିଜ ଅନ୍ତର୍ଭୁକ୍ତୀକରଣ ବ୍ୟାଙ୍କିଙ୍ଗ ସେବାକୁ ବଢ଼ାଇବା ଦିଗରେ ବ୍ୟାଙ୍କ କାର୍ଯ୍ୟ କରୁଛି ଏବଂ ପର୍ଯ୍ୟାୟକ୍ରମେ ଏଭଳି ବହୁ ଅଭିଯାନର ଶୁଭାରମ୍ଭ କରିବ । ଆମ ଯାତ୍ରାର ସହଯୋଗୀ ହେବା ଲାଗି ଆମେ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରୁଛୁ ।’’ ଟାଟା ଏଆଇଜି ଜେନେରାଲ ଇନସ୍ୟୁରାନ୍ସ କଂପାନି ଲିମିଟେଡ୍‌ର ସଭାପତି- କଂଜ୍ୟୁମର ବିଜନେସ ପରାଗ ବେଦ କହିଛନ୍ତି ଯେ, “ଲିଙ୍ଗ ଭିନ୍ନ ସବୁ ମଣିଷ ଏକ ଭଲ ସ୍ୱାସ୍ଥ୍ୟ ବୀମା ପାଇବା ହେଉଛି ଏକ ଆବଶ୍ୟକତା ଏବଂ ଅଧିକାର ବୋଲି ଟାଟା ଏଆଇଜିରେ ଆମର ବିଶ୍ୱାସ ରହିଛି । ଆକ୍ସିସ ବ୍ୟାଙ୍କର ଏଲଜିବିଟିକ୍ୟୁଆଇଏ+ ଗ୍ରାହକମାନଙ୍କୁ ମେଡିକାଲ୍ ବୀମା ପ୍ରଦାନ କରିବା ଲାଗି ଆମ ପଦକ୍ଷେପ ଆମ ବ୍ୟବସାୟରେ ସଂପୃକ୍ତିକୁ ବଢ଼ାଇବ ଏବଂ ଏହି ଗୋଷ୍ଠୀଙ୍କ ପାଇଁ ଅନୁକୂଳ ପରିବେଶ ଗଠନ କରିବାରେ ତାହା ସହାୟକ ହେବ । ବିବିଧତା, ସମାନତା ଏବଂ ଅନ୍ତର୍ଭୁକ୍ତୀକରଣରେ ଆମର ରହିଥିବା ବିଶ୍ୱାସକୁନେଇ ଏଲଜିବିଟିକ୍ୟୁଏଆଇ+ ଗୋଷ୍ଠୀ ପାଇଁ ଏକ ସୁରକ୍ଷିତ ଭବିଷ୍ୟତର ବୀମା ପ୍ରଦାନ କରିବା ନିମନ୍ତେ ଆକ୍ସିସ୍ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଉଲ୍ଲସିତ ମନେ କରୁଛୁ ।’’ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ କମ୍ ଆଜ ୟୁ ଆର୍ କାର୍ନିଭାଲ୍ ଆୟୋଜନକରାଯାଉଛି ଯେଉଁଥିରେ ଏଲ୍‌ଜିବିଟିକ୍ୟୁଏଆଇ+ ଗୋଷ୍ଠୀର
ଗ୍ରାହକମାନଙ୍କୁ ବିଭିନ୍ନ ଅଫର ଦିଆଯାଉଛି । ୨୦୨୨ ଡିସେମ୍ବର ୧୩ରୁ ଆରମ୍ଭ ହୋଇଥିବା ଏହି କାର୍ନିଭାଲ୍ ୨୦୨୩ ଜାନୁଆରି ୩୧ରେ ଶେଷ ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

3 thoughts on “Axis Bank partners with Tata AIG General Insurance Company Ltd. (Tata AIG), to offer Group Medicare products for its customers from the LGBTQIA+ Community

Leave a Reply

Your email address will not be published. Required fields are marked *