ରାଜଧାନୀରେ ‘ଆତ୍ମା’ କରିବ ଟିକେଟ ଚେକିଂ

ଭୁବନେଶ୍ୱର: ରେଳ ଷ୍ଟେସନରେ ଟଚ୍- ଫ୍ରି ହେବ ଟିକେଟ୍ ଚେକିଂ । ଭୁବନେଶ୍ବରରେ ‘ଆତ୍ମା’ କରିବ ଟିକେଟ ଚେକିଂ । କରୋନାରୁ ସୁରକ୍ଷିତ ରହିବେ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଟିଟିଇ । ଆତ୍ମା ହେଉଛି ଅଟୋମେଟିକ ଚେକିଂ ଆକ୍ସେସ୍ । କରୋନା କଟକଣାକୁ ନଜରରେ ରଖି ଭୁବନେଶ୍ବର ରେଳ ଷ୍ଟେସନ ପକ୍ଷରୁ ଏଭଳି ଏକ ଇଲେକ୍‌ଟ୍ରୋନିକ୍ସ ସିଷ୍ଟମ ଲଗାଯାଇଛି । କୋଭିଡ୍‌ ସମୟରେ ସାମାଜିକ ଦୂରତା ରକ୍ଷା କରି, ବିନା ସ୍ପର୍ଶରେ କିପରି ଯାତ୍ରୀଙ୍କ ଟିକେଟ ଚେକିଂ ହୋଇପାରିବ, ତାହା ହିଁ ଏହି ମେସିନର ମୂଳ ଲକ୍ଷ୍ୟ। ବିଶେଷକରି ଯେଉଁମାନେ E-Ticket- ଧାରୀ ସେମାନଙ୍କ ପାଇଁ ମୁଖ୍ୟତଃ କାମ କରିବ ୪ଟି ମେସିନ ।

ଟିକେଟର ବାରକୋଡକୁ ଏହି ମେସିନ କ୍ୟାମେରା ସ୍କାନ କରି ଟିକେଟ କନଫର୍ମ ହୋଇଛି କି ନାହିଁ ଏବଂ ଟିକେଟର ସମସ୍ତ ଡିଟେଲ ଜାଣିବ । ଉକ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବ । ଯାତ୍ରୀ ଜଣଙ୍କ ମାସ୍କ ପିନ୍ଧିଛନ୍ତି କି ନାହିଁ ତାହା ମଧ୍ୟ ଏହି ମେସିନ ସ୍କାନ କରିବ । ଏହା ସମ୍ପୂର୍ଣ୍ଣ ଟଚ୍‌ ଫ୍ରି ସିଷ୍ଟମ । ଆସନ୍ତାକାଲି ପୁରୀ ରେଳ ଷ୍ଟେସନରେ ମଧ୍ୟ ଏହିଭଳି ଆଉ ଏକ ମେସିନ ସ୍ଥାପନ କରାଯିବ । ଏଥିପାଇଁ PPL ପକ୍ଷରୁ ୫ ଲକ୍ଷ ଟଙ୍କା ଵ୍ୟୟ କରାଯାଇଛି । ଏହି ମେସିନ ଯୋଗୁଁ ରେଳ କର୍ମଚାରୀ, ବିଶେଷକରି ଯେଉଁମାନେ ଟିକେଟ ଚେକିଂ ପାଇଁ ଲୋକଙ୍କ ସଂସ୍ପର୍ଶରେ ଆସନ୍ତି, ସେମାନେ ସଂକ୍ରମଣରୁ ସୁରକ୍ଷିତ ରହିବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *