ଗୃହ ବାହାରେ ବି ମଣ୍ଡି ତାତି : ତିନି ଦଳ କଥା କଟାକଟି

-ତିନି ମନ୍ତ୍ରୀ କ୍ଷମା ମାଗନ୍ତୁ : କଂଗ୍ରେସ 
-ସୁବାଷ ପାଣିଗ୍ରାହୀ କାହିଁକି କ୍ଷମା ମାଗିବେ : ବିଜେପି 
– ଆତ୍ମହତ୍ୟା ଉଦ୍ୟମ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବ: ବିଜେଡି 

ଭୁବନେଶ୍ୱର  : ମଣ୍ଡି ସମସ୍ୟାକୁ ନେଇ ଗୃହ ଭିତରେ ତାତି ଦେଖା ଦେଇଥିଲାବେଳେ ଗୃହ ବାହାରେ ବି ଉଷ୍ଣତା ଦେଖାଯାଇଥିଲା । ତିନି ଦଳର ନେତା କଥା କଟାକଟି ହୋଇଥିଲେ । କଂଗ୍ରେସ ଦଳର ମୁଖ୍ୟ ସଚେତକ ତାହା ପ୍ରସାଦ ବାହିନିୀପତି ଗୃହ ବାହାରେ କହିଥିଲେ, ଆଲୋଚନା ମାଧ୍ୟମରେ ଏହାର ସମାଧାନ ନକରି ଗୃହର ମଧ୍ୟଭାଗକୁ ତିନି ମନ୍ତ୍ରୀ  ଆସିବା ଠିକ୍ ନୁହେଁ । ମନ୍ତ୍ରୀମାନେ କ୍ଷମା ନମାଗିବା ପର୍ଯ୍ୟନ୍ତ ଗୃହ ଚଲାଇ ଦେବୁନାହିଁ ।  ବିଜେପି ସଦସ୍ୟ ମୋହନ ମାଝୀ ଗୃହ ବାହାରେ କହିଛନ୍ତି ଯେ, ବିଧାନସଭା ପରମ୍ପରା ପ୍ରଥମେ ଶାସକ ଦଳ ଭାଙ୍ଗିଛି । ସେମାନେ କ୍ଷମା ମାଗନ୍ତୁ । ଚାଷୀ ସମସ୍ୟା ଯେଉଁ ପର୍ଯ୍ୟନ୍ତ ସମାଧାନ ନହୋଇଛି ଆନ୍ଦୋଳନ ଚାଲିବ । ମନ୍ତ୍ରୀମାନେ ଗୃହ ମଧ୍ୟଭାଗକୁ ଆସିଥିବା ସେ ଅଭିଯୋଗ କରିବା ସହ ସୁବାଷ ପାଣିଗ୍ରାହୀ କାହିଁକି କ୍ଷମା ମାଗିବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ।

  ଅପରପକ୍ଷରେ ବିଜେଡି ସଦସ୍ୟ ପ୍ରତାପ କେଶରୀ ଦେବ୍ ଗୃହ ବାହାରେ ଗଣମାଧ୍ୟମକୁ କହିଥିଲେ, ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ବିଜେଡି ନିନ୍ଦା କରୁଛି । ସେ କ୍ଷମା ମାଗନ୍ତୁ ବୋଲି ବାଚସ୍ପତିଙ୍କ ନିକଟରେ ଦାବି କରାଯାଇଛି । ଆଜି ପର୍ଯ୍ୟନ୍ତ କୌଣସି ବିଧାୟକ ଆତ୍ମହତ୍ୟା ଉଦ୍ୟମ କଲାଭଳି ପଦକ୍ଷେପ ନେଇନାହାନ୍ତି । ଏହା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବ ଓ ବିଜେପିର ଦଳୀୟ ପ୍ରରୋଚନାରେ ଏଭଳି କରାଯାଇଛି ନା ଏହା ବିଧାୟକଙ୍କ ବ୍ୟକ୍ତିଗତ ଉଦ୍ୟମ ତାହା ପ୍ରଥମେ ବିଜେପି ସ୍ପଷ୍ଟ କରୁ । ଏଭଳି ଘଟଣାଲାଗି ସେ କ୍ଷମା ମାଗନ୍ତୁ । ଯଦି ତାହା କରାନଯାଏ ବିଜେଡି ତା’ ଦାବିରେ ଅଟଳ ରହିବ । ପ୍ରତିବାଦ କରିବାର ବିଭିନ୍ନ ଉପାୟ ରହିଛି । ହେଲେ ସାନିଟାଇଜର ପିଇ ବିଧାୟକ କ’ଣ ପ୍ରମାଣିତ କରିବାକୁ ଚାହିଁଛନ୍ତି ଯେ, କାମ ନହେଲେ ଆତ୍ମହତ୍ୟା କର । ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଦେବ୍ କହିଛନ୍ତି । 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *