ସଂକ୍ରମଣ କମିବାରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ନିୟନ୍ତ୍ରଣରେ ରହିଛି  । ଏଥିପାଇଁ ଆଶା ଓ ଅଙ୍ଗନବାଡି କର୍ମୀଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ସେମାନଙ୍କ ପାଇଁ ଆଜି ରାଜ୍ୟରେ ଅନେକ ଅଞ୍ଚଳ କରୋନାଠୁ ଦୁରେଇ ରହିଛି ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏନେଇ ମୁଖ୍ୟମନ୍ତ୍ରୀ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ସେମାନଙ୍କର ପରିଶ୍ରମ ଯୋଗୁଁ ଅନେକ ଲୋକ କରୋନାକୁ ନେଇ ସଚେତନ ହୋଇଛନ୍ତି । ଏହି ସଚେତନା ପାଇଁ ଜୟପୁର ବ୍ଲକର ୫୦ଟି ଗାଁରେ ସଂକ୍ରମଣ ଦେଖିବାକୁ ମିଳିନାହିଁ । ଜାତୀୟ ଗଣମାଧ୍ୟମରେ ମଧ୍ୟ ଓଡ଼ିଶାର ସଫଳତାକୁ ପ୍ରଶଂସା କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *