ଧରାହେଲେ ଡାକ ମାଷ୍ଟର

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ଠାରେ ଥିବା ଡାକଘରର ଡାକପାଳ ସଞ୍ଚୟ ଅର୍ଥ ଲୁଟ୍ ଓ ଆତ୍ମସାତ ଅଭିଯୋଗରେ ପୁଲିସ ଗିରଫ କରିଛି । ଏମ୍‌ପିଭି -୭୧ ଗ୍ରାମର ନନି ଗୋପାଳ ବିଶ୍ୱାସ ଓ ତାଙ୍କ ପତ୍ନୀ ୨୦୧୫ ମସିହାରେ ଭେଜାଙ୍ଗୱାଡାର ଡାକଘର ଶାଖାରେ ସଞ୍ଚୟ ଖାତା ଖୋଲି ମୋଟ୍ ୨୫ ହଜାର ଟଙ୍କା ଜମା କରିବା ସହ ପରବର୍ତ୍ତୀ ସମୟରେ ୮୦ ହଜାର ଟଙ୍କା ଜମା କରିଥିଲେ । ପରେ ଗତ ୨୦୧୮ ମସିହାରେ ପୁଣି ଏକ ଆରଡି ଖାତା ଖୋଲି ୨୦ ହଜାର ଟଙ୍କା ଜମା କରିଥିଲେ । ପରେ ଶ୍ରୀ ବିଶ୍ୱାସ କାଲିମେଳା ଉପ ଡାକଘରକୁ ଯାଇ ଭେଜାଙ୍ଗିୱାଡ଼ା ଡାକଘର ଶାଖାରେ ତାଙ୍କର ଏବଂ ତାଙ୍କ ପତ୍ନୀଙ୍କ ଆକାଉଣ୍ଟ ଯାଞ୍ଚ କରିବାରୁ ତାଙ୍କର ମାତ୍ର ୩୧୬୩ ଟଙ୍କା ଥିବା ଜାଣିବାକୁ ପାଇଥିଲେ ।

ଅନ୍ୟ ଆକାଉଣ୍ଟଗୁଡିକ ଡାକଘର ଶାଖାରେ ନଥିବା ଜାଣିବାକୁ ପାଇଥିଲେ । ଏହି ଅର୍ଥ ଭେଜାଙ୍ଗୱାଡା ଶାଖାର ଡାକପାଳ ମନ ପୂଜାରି ଆତ୍ମସାତ କରିଥିବା ଜାଣିବାକୁ ପାଇ କାଲିମେଳା ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ । ଏ ସମ୍ପର୍କରେ କାଲିମେଳା ପୁଲିସ କେସ୍ ନମ୍ବର ୧୩୦ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । କାଲିମେଳା ପୁଲିସ ଡାକପାଳ ଶ୍ରୀ ପୂଜାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏଥିପୂର୍ବରୁ ମଧ୍ୟ ଅଭିଯୁକ୍ତ ଅର୍ଥ ଲୁଟ୍ ଓ ଆତ୍ମସାତ୍ କରିଥିବା ଅଭିଯୋଗରେ କାଲିମେଳା ଥାନାକେସ୍ ନମ୍ବର ୪୯ ରେ ମାମଲା ରୁଜ୍ଜୁ ହୋଇଥିବା କାଲିମେଳା ଥାନା ଭାରପ୍ରାପ୍ତ ନିରୀକ୍ଷକ ଜଗଦ୍ଦୀଶ ବାରା କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *