ପ୍ରେମିକା କରିବାରେ ସେଞ୍ଚୁରୀ ମାରି ପ୍ରେମିକ ଗିରଫ

ଭୁବନେଶ୍ୱର: ପାଠ ପଢ଼ିଛନ୍ତି ଷଷ୍ଠ । ହେଲେ ଫେସବୁକ୍ ପ୍ରୋଫାଇଲରେ ଡାକ୍ତର । ଏମିତିକି ମ୍ୟାଟ୍ରିମନିଆଲ୍ ସାଇଟ୍‌ରେ ଡାକ୍ତର ପରିଚୟ ଦେଇ ଝିଅଙ୍କୁ ଜାଲରେ ପକାନ୍ତି । ଏଭଳି କରି ପାଖାପାଖିô ୧୦୦ରୁ ଊର୍ଦ୍ଧ୍ୱ ଝିଅଙ୍କୁ ନିଜର ପ୍ରେମିକା କରିଦେଇଥିଲେ । ଶେଷରେ ପୁଲିସ ହାତରେ ଧରାପଡ଼ି ଜେଲ୍ ଗଲେ । ଝିଅମାନଙ୍କୁ ପ୍ରେମ ଜାଲରେ ଫସାଇ ଚୂନ ଲଗାଉଥିବା ଜଣେ ନକଲି ଡାକ୍ତରଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ କଟକ ଜିଲ୍ଲା ବଡ଼ମ୍ବା ବିଧାରପୁର ଅଞ୍ଚଳର ପ୍ରଭାସ ଦାସ । ତା’ଠାରୁ ଗୋଟିଏ ମୋବାଇଲ ଜବତ ହୋଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରଭାସ ରାଜଧାନୀରେ ରହି ବିଭିନ୍ନ ଝିଅଙ୍କୁ ନିଜ ପ୍ରେମ ଜାଲ୍‌ରେ ପକାଉଥିଲେ । ପରେ ତାଙ୍କୁ ସପିଂ କରିବାକୁ ଡାକୁଥିଲେ । ଝିଅମାନେ ଡ୍ରେସ ଚେଞ୍ଜିଂ ରୁମ୍‌କୁ ଯିବାବେଳେ ତାଙ୍କଠୁ ମୋବାଇଲ ରଖିଦେଉଥିଲେ । ପରେ ମୋବାଇଲ ନେଇ ଛୁ’ ହୋଇଯାଉଥିଲେ । ଏହାପରେ ଝିଅ ଯୋଗାଯୋଗ କରିବାରୁ ତୁମେ ମୋର ଧନ, ମୁଁ ତୁମ ମୋବାଇଲ ଆଣିଛି କହି କଥା ବଦଳେଇ ଦେଉଥିଲେ । ଏମିତିକି ସେମାନଙ୍କ ଅଶ୍ଲୀଳ ଫଟୋ ସଂଗ୍ରହ କରି ତାଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ । ଏହିଭଳି ଭାବେ ଗତ ୨୬ ତାରିଖରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ରେଡୁଆ ଅଞ୍ଚଳର ଜଣେ ଯୁବତୀ ପ୍ରଭାସ ସହିତ ଏସ୍‌ପ୍ଲାନେଡ଼ ମଲ୍ ବୁଲିବାକୁ ଯାଇଥିଲେ । ଏହି ସମୟରେ ସେ ଡ୍ରେସ ଚେଞ୍ଜିଂ ରୁମ୍‌କୁ ଯାଇଥିବାବେଳେ ପ୍ରଭାସ ତାଙ୍କଠୁ ମୋବାଇଲ ରଖିଦେଇଥିଲେ । ପ୍ରଭାସ ମୋବାଇଲ୍ ପାଇବା ପରେ ସେଠାରୁ ଚମ୍ପଟ ମାରିଥିଲା । ପରେ ଯୁବତୀ ବାହାରକୁ ଆସି ଦେଖିବାବେଳକୁ ପ୍ରଭାସ ନାହିଁ । ଶେଷରେ ସେ ଠକାମିର ଶିକାର ହୋଇଥିବା ଜାଣିପାରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ପୁଲିସ ଘଟଣାର ତଦନ୍ତ କରି ଲୁଟେରାକୁ ଧରିବାରେ ସଫଳ ହୋଇଛି । ତେବେ ପ୍ରଭାସ ଏଭଳି ଭାବେ ୧୦୦ରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ଚୂନ ଲଗାଇଛି । ତେଣୁ ଅଧିକ ପଚରାଉଚରା କରିବା ପାଇଁ ପୁଲିସ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *