ନାବାଳିକା ଅସଦାଚରଣ ଅଭିଯୁକ୍ତକୁ ୫ ବର୍ଷ ଜେଲ

ଫୁଲବାଣୀ: ଖଜୁରୀପଡ଼ା ଥାନା ଅଞ୍ଚଳରେ ୨୦୧୮ରେ ଘଟିଥିବା ଏକ ନାବାଳିକା ଅସଦାଚରଣ ମାମଲାର ଶୁଣାଣି କରି ଆଜି ଫୁଲବାଣି ପୋକ୍‌ସୋ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ସହ ୫ ବର୍ଷ ସଶ୍ରମ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ମୁତାବକ, ୨୦୧୮ ଅଗଷ୍ଟ ୧ ତାରିଖ ଭୋର ସମୟରେ ନାବାଳିକାର ବାପା ଓ ମା’ ଘରେ ନ ଥିବା ବେଳେ ସେ ନିଜ ସାନଭାଇ ସହ ଘରେ ଶୋଇଥିଲେ । ଏହାର ସୁଯୋଗ ନେଇ ସେହି ଗ୍ରାମର କବିରାଜ ବେହେରା(୫୫) ନାମକ ବ୍ୟକ୍ତି ନାବାଳିକାକୁ ଜବରଦସ୍ତ ରୋଷେଇ ଘରକୁ ଟାଣି ନେଇ ଅସଦାଚରଣ କରିଥିଲେ । ନାବାଳିକା ଜଣକ ପାଟି କରି କାନ୍ଦିବାରୁ ତାଙ୍କ ବାପା ଆସି ସେଠାରେ ପହଞ୍ଚିଥିଲେ । ଏହାପରେ ଅଭିଯୁକ୍ତ ନାବାଳିକାକୁ ଛାଡ଼ି ଚାଲିଯାଇଥିଲେ । ଏ ନେଇ ନାବାଳିକାର ବାପା ଖଜୁରୀପଡ଼ା ଥାନାରେ ଏତଲା ଦେବା ପରେ ପୁଲିସ କେସ୍ ନଂ-୬୨/୨୧ ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଆଜି ଏହି ମାମଲାର ବିଚାର କରି ୧୧ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଭିତ୍ତିରେ ପୋକ୍‌ସୋ କୋର୍ଟର ସ୍ନତନ୍ତ୍ର ବିଚାରପତି ସୌମ୍ୟକ ପାତ୍ର କବିରାଜକୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୭ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ଦୋଷୀକୁ ଅଉ ୫ ମାସ ଜେଲ ଭୋଗିବା ପାଇଁ ଆଦେଶ ଦେଇଛନ୍ତି ଅଦାଲତ । ମାମଲାକୁ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *