କମିଶନରେଟ ପୋଲିସ ଜାଲରେ ଏମବିଏ ଠକ

ଭୁବନେଶ୍ୱର: କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ୱାଡ କବଜାରେ କୁଖ୍ୟାତ ଏମବିଏ ଠକ । ବଡ଼ ବଡ଼ ଜୁଏଲାରୀ ସୋରୁମ୍‌ରୁ ସୁନାରୁପା ଅଳଙ୍କାର କିଣି ଅନଲାଇନ ପେମେଣ୍ଟ କରିବାକୁ କହି ଚୂନ ଲଗାଉଥିଲା ଅଭିଯୁକ୍ତ । ପଶ୍ଚିମବଙ୍ଗରୁ ଅଭିଯୁକ୍ତ ରାଜୀବ ପ୍ରଭାସ ଗୁପ୍ତାକୁ ଗିରଫ କରାଯାଇଛି । ତା’ ନିକଟରୁ ୨ ଲକ୍ଷ ଟଙ୍କାର ସୁନାଗହଣା ଜବତ କରିଛି ପୋଲିସ । ଏମବିଏ ପଢ଼ିଥିବା ଧୂର୍ତ୍ତ ରାଜୀବ ହାଇ ଲାଇଫ ଷ୍ଟାଇଲ ଅତିବାହିତ କରୁଥିଲା । ବିଭିନ୍ନ ରାଜ୍ୟକୁ ଫ୍ଲାଇଟ ଯିବାଆସିବା କରିବା ସହ ବଡ଼ ବଡ଼ ହୋଟେଲରେ ରହୁଥିଲା । ଜଣେ ସମ୍ଭ୍ରାନ୍ତ ଯୁବକର ପରିଚୟ ଦେଇ ପ୍ରଭାସ ଅଭିନବ ଉପାୟରେ ଠକୁଥିଲା । କେବଳ ଓଡ଼ିଶା ନୁହେଁ ସେ ବାହର ରାଜ୍ୟରେ ବି ଠକେଇ ଜାରି ରଖିଥିବା ସନ୍ଦେହ କରାଯାଉଛି । ତା ନା’ରେ ଆଉ କେଉଁ କେଉଁ ଅଭିଯୋଗ ରହିଛି ଜାଣିବା ପାଇଁ ସିସିଟିଏନ୍‌ସର ସାହାଯ୍ୟ ନିଆଯିବ । ଦିଲ୍ଲୀ, କୋଲକାତା, ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ଠକ ରାଜୀବ ପ୍ରଭାସର ଫଟୋ ସହ ତଥ୍ୟ ଜଣାଇ ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *