ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭାଇରାଲ କରି ଯୁବକ ଗିରଫ

ବ୍ରହ୍ମପୁର: ଜନୈକ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋକୁ ଭାଇରାଲ ଅଭିଯୋଗରେ ଗୋଷାଣିନୂଆଗାଁ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ଗୋଷାଣିନୂଆଗାଁ ନୀଳକଣ୍ଠ ନଗରର ସନ୍ତୋଷ କୁମାର ଫଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଗୋଷାଣିନୂଆଗାଁ ଥାନା ଅଧିକାରୀ ସୁମିତ ସୋରେନ ସୂୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗୋଷାଣିନୂଆଗାଁ ନୀଳକଣ୍ଠ ନଗରର ସନ୍ତୋଷ କୁମାର ଫଣ୍ଡା ସେହି ଅଞ୍ଚଳର ଜନୈକ ମହିଳାଙ୍କ ଦେଡ଼ଶ୍ୱରଙ୍କ ସାଙ୍ଗ ରହିଥିଲେ । ଯାହାଫଳରେ ସନ୍ତୋଷ ବେଳେ ବେଳେ ତାଙ୍କ ଘରକୁ ଯିବା ଆସିବା କରିଥାନ୍ତି । ଏଥି ମଧ୍ୟରେ ଉକ୍ତ ୪୧ ବର୍ଷିୟ ମହିଳାଙ୍କ ସହ ସନ୍ତୋଷଙ୍କ ସମ୍ପର୍କ ସ୍ଥାପନ ହୋଇଥିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଭିଡ଼ିଓ କଲ୍‌ରେ କଥା ହୋଉଥିଲେ । ଏହି ସମୟରେ ମହିଳା ଜଣଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ବାହାର କରି ସନ୍ତୋଷ ଭାଇରାଲ କରିଥିବା ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ସନ୍ତୋଷଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *