ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ହତ୍ୟା, ଶଷରେ….

ଭୁବନେଶ୍ୱର : ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଡବଲ ମର୍ଡର ହତ୍ୟାକାଣ୍ଡର ପର୍ଦାଫାସ କ୍ଷ ଦୁଇ କିନ୍ନର ସମତେ ୭ ଜଣ କୋର୍ଟ ଚାଲାଣ । ସୂଚନା ମୁତାବକ ଗତ ୩ ତାରିଖ ଦିନ ସଖାଳୁ ସଖାଳୁ ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଜହ୍ନା ଗାଁର ବାବୁଲି ସାହୁଙ୍କ ପୁଅ ବିଜୟ ସାହୁ ଓ ସେହି ଗାଁର ମାନସ ଦାସଙ୍କ ମୃତ ଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ପାଣିକୋଇଲି ପୋଲିସକୁ ଖବର ଦେଇଥିଲେ । ପାଣିକୋଇଲି ପୋଲିସ ପ୍ରାଥମିକ ତଦନ୍ତରୁ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ନେଇ ତଦନ୍ତ ଆରମ୍ଭ କରିଥିଲା । ପରବର୍ତ୍ତୀ ଅବସ୍ଥାରେ ଏହା ଏକ ହତ୍ୟାକାଣ୍ଡ ଜାଣିବାକୁ ପାଇ ତଦନ୍ତ ର ଦିଗ ପରିବର୍ତ୍ତନ କରିଥଲା ପୋଲିସ । ଦୀର୍ଘ ୯ ଦିନ ଧରି ମାରଥନ ତଦନ୍ତ ପରେ ଏହି ହତ୍ୟାକାଣ୍ଡର ପର୍ଦାଫାର୍ଶ କରିଛି ପୋଲିସ । ସୂଚନା ମୁତାବକ ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲାର କିଛି ଯୁବକ ଓ ମୃତ ଯୁବକ ଦୌୟ ମଧ୍ୟରେ ଦୁଇ ଜଣ କିନ୍ନରଙ୍କ ସହିତ ଅପକୃତିକ ସମଲିଙ୍ଗ ଯୋୖନ ସଂପର୍କକୁ ପ୍ରଥମେ ବଚସା ଓ ପରେ ମାରପିଟି ହୋଇଥଲା । ପରେ ଦୁଇ କିନ୍ନର ଓ ଭଦ୍ରକ ଜିଲ୍ଲା ୫ ଜଣ ଅଭିଯୁକ୍ତ ଏନେଇ ଜହ୍ନା ଗ୍ରାମର ଦୁଇ ଯୁବକଙ୍କୁ ହତ୍ୟା କରିଥିବା ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି । ତେବେ ଅଭିଯୁକ୍ତ ହେଲେ ଭଦ୍ରକ ଜିଲ୍ଲାର ସତ୍ୟଜିତ ବେହେରା , ମନୋଜ ସାହୁ,ରାଜେନ୍ଦ୍ର ସାହୁ ଓ ମନୋଜ ବେହେରା,ଦୁଇ କିନ୍ନରଙ୍କ ସମେତ ଜଣେ ନାବାଳକ ଥିବା ଜଣାପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *