ଦୁଷ୍ମନ୍ତ ମୃତ୍ୟୁ ମାମଲା: ଥାନାରେ ହାଜର ହେବେ ଓ୍ୱେବ ପୋର୍ଟାଲ ସାମ୍ୱାଦିକ

କଟକ: ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା । ଆଜି ମଙ୍ଗଳାବାଗ ଥାନାରେ ହାଜର ହେବେ ଦୁଇ ଓ୍ୱେବ ପୋର୍ଟାଲ ସାମ୍ବାଦିକ । ଏ ନେଇ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ଅସିତ କୁମାର ରାଉତ ଓ ଦାମୋଦର ସେଠୀଙ୍କୁ ଗତକାଲି ସମନ କରିଥିଲା ପୋଲିସ । ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାରେ ଏହି ଦୁହିଁଙ୍କ ବୟାନ ରେକର୍ଡ କରାଯିବ । ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତଦନ୍ତ ପରେ ତାହା ପଦାକୁ ଆସିବ । ଗତବର୍ଷ ଦୁର୍ଘଟଣାରେ ଶିକାର ହୋଇଥିବା ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା  । ଦୁର୍ଘଟଣା ପରେ ସେ ଠିକ୍ ଭାବେ ଚାଲି ପାରୁନଥିବାବେଳେ କିଏ ତାଙ୍କୁ ଭୁବନେଶ୍ୱର ଆଣିଥିଲେ ଓ କିଏ ତାଙ୍କୁ ବିଷ ଦେଇଥିଲେ ଏ ନେଇ ଦୁଷ୍ମନ୍ତଙ୍କ ମା’ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ  । ପୋଲିସ ଯେଉଁ ଦୁଇ ସାମ୍ବାଦିକଙ୍କୁ ସମନ୍ କରିଛି ସେମାନେ ଦୁଷ୍ମନ୍ତଙ୍କ ସହ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଛି । ଦୁଷ୍ମନ୍ତଙ୍କ ମୃତ୍ୟୁ ପଛରେ ଏମାନଙ୍କ ହାତ ଥିବା ନେଇ ମଧ୍ୟ ସନ୍ଦେହ ହେଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *