କରୋନା ଜନିତ ମୃତ୍ୟୁ ସହାୟତା ଲାଗି ଆସନ୍ତାକାଲିଠୁ ଆବେଦନ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଆର୍ôଥକ ସହାୟତା ଯୋଗାଇ ଦେବାଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି । ଏହି ମାର୍ଗଦର୍ଶିକା ଅନୁଯାୟୀ କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଉଭୟ ଅଫ୍‌ଲାଇନ୍ ଏବଂ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଏହି ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଅଫ୍‌ଲାଇନରେ ଫର୍ମ ପୂରଣ କରି ଜମା କରିବା କିମ୍ବା ଅନ୍‌ଲାଇନରେ ସିଧାସଳଖ ଆବଶ୍ୟକ ତଥ୍ୟ ପୂରଣ କରି ଆବେଦନ କରାଯାଇପାରିବ ।

ଏଥିଲାଗି ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ସହାୟତା ଆବେଦନ କରିବାର ୩୦ ଦିନ ମଧ୍ୟରେ ଯୋଗାଇ ଦେବେ । ଏହି ଅର୍ଥ ଆବେଦନକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ । ଆବେଦନକାରୀମାନଙ୍କୁ ନିଜ ନାମ ସହ ଠିକଣା, ମୋବାଇଲ୍ ନମ୍ବର, ଇମେଲ୍ ଏବଂ ଆଧାର କାର୍ଡ଼ ନମ୍ବର ସହ ମୃତ୍ୟୁର ତାରିଖ, ସ୍ଥାନ, ସ୍ଥାୟୀ ଠିକଣା, ବ୍ୟାଙ୍କ୍ ଆକାଉଣ୍ଟ୍ ନମ୍ବର ଏବଂ କୋଭିଡ୍‌-୧୯ ମୃତ୍ୟୁ ପ୍ରମାଣପତ୍ର ଦେବାକୁ ପଡ଼ିବ । ଯଦି ଏହି ସହାୟତା ରାଶି ପାଇବା ପାଇଁ ଏକାଧିକ ନିକଟତମ ସମ୍ପର୍କୀୟ ଯୋଗ୍ୟ ହୋଇଥା’ନ୍ତି, ତେବେ ସମସ୍ତ ସମ୍ପର୍କୀୟଙ୍କ ନାମ ଓ ବ୍ୟାଙ୍କ୍ ବିବରଣୀ ଦେବାକୁ ପଡ଼ିବ ।

ଅଫ୍‌ଲାଇନ୍ ମାଧ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଫର୍ମ ଜମା କରାଯିବ । ଅନ୍‌ଲାଇନ୍ ମାଧ୍ୟମରେ caps.odisha.gov.in ୱେବ୍‌ସାଇଟରେ ଆବେଦନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ଦ୍ୱାରା କରୋନା ଜନିତ ମୃତ୍ୟୁ ହୋଇଥିବା ବ୍ୟକ୍ତିବିଶେଷଙ୍କ ପରିବାରବର୍ଗ ଏହି ଆବେଦନ କରିପାରିବେ । କିଛିଦିନ ପୂର୍ବେ ସର୍ବୋଚ୍ଚ ନ୍ୟାୟାଳୟ କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଆର୍ôଥକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *