ଅପରାଜିତାଙ୍କ ଭୋଜି : ବିଜେପିରେ ଏମିତି ଚାଲିଛି…

ଭୁବନେଶ୍ୱର: ରାଜଧାନୀର ଏକ ତାରକା ହୋଟେଲରେ ରବିବାର ରାତ୍ରିରେ ଏକ ଭୋଜିର ଆୟୋଜନ କରିଥିଲେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ । ଏହି ଅବସରରେ ହେଭିୱେଟ୍ ବିଜେପି ନେତାଙ୍କ ମେଳିକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ସାଂସଦଙ୍କ ଏହି ଭୋଜିରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ବରଗଡ଼ ସାଂସଦ ସୁରେଶ ପୁଜାରୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଯୋଗ ଦେଇଥିଲେ । ହେଲେ ରାଜ୍ୟ ବିଜେପି ସଭାପତି କିମ୍ବା ଅନ୍ୟ କୌଣସି ରାଜ୍ୟ ପଦାଧିକାରୀଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା । ଯାହାକି ସାଧାରଣରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ନିକଟରେ ସାଂସଦ ଅପରାଜିତାଙ୍କ ପୁଅ ସର୍ବଭାରତୀୟ ଆଇନ ପ୍ରବେଶିକା ପରୀକ୍ଷାରେ ୩୬ତମ ସ୍ଥାନ ଅଧିକୃତ କରିଥିବାରୁ ସେହି ଉପଲକ୍ଷେ ଏହି ଭୋଜି ଆୟୋଜନ କରାଯାଇଥିବା ଜଣେ ବରିଷ୍ଠ ନେତା କହିଛନ୍ତି ।

ତେବେ ଏହି ଭେଟଘାଟ କିଛି ଅଲଗା ରାଜନୈତିକ ସମୀକରଣ ଆଡ଼କୁ ଦିଶା ନିର୍ଦ୍ଦେଶ କରୁଛି । ବିଶେଷ କରି ଏହି ବୈଠକ ପରେ ସାଂସଦ ଅପରାଜିତା ଦିଲ୍ଲୀ ଗସ୍ତ କରିବା ଚର୍ଚ୍ଚାକୁ ଆହୁରି ବଳ ଦେଇଛି । ବୈଠକରେ ରାଜ୍ୟରେ ବିଜେପିର ବର୍ତ୍ତମାନର ସାଂଗଠନିକ ସ୍ଥିତି ଏବଂ ଚିରାଚରିତ ପ୍ରକ୍ରିୟାକୁ ପରିବର୍ତ୍ତନ କରିବା ନେଇ ବିଶେଷ ଆଲୋଚନା ହୋଇଥିବା ବେଳେ ଏଥିରୁ ବାହାରିଥିବା ନିଷ୍କର୍ଷକୁ ଅପରାଜିତା ଦିଲ୍ଲୀରେ ଦଳର ଶୀର୍ଷ ନେତୃତ୍ୱଙ୍କ ଆଗରେ ରଖିଥିବା ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି । ତେବେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଥିବା ବେଳେ ଉଭୟଙ୍କ ମଧ୍ୟରେ ଘଣ୍ଟାଏ ଧରି ଆଲୋଚନା ହୋଇଥିଲା । ଏହାପରେ ଶ୍ରୀ ମହାପାତ୍ର ସାଂସଦଙ୍କ ଭୋଜିରେ ସାମିଲ ହେବା ତାଙ୍କର ଭୂମିକାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟିକରିଛି । କାରଣ ଏହି ଭୋଜିରେ କେନ୍ଦ୍ରମନ୍ତ୍ରୀଙ୍କର କୌଣସି ଅନୁଗତ ଉପସ୍ଥିତ ନଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *