ରାଜ୍ୟରେ ତଳମୁହାଁ ସଂକ୍ରମଣ : ଆଉ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ତଳମୁହାଁ କରୋନା ସଂକ୍ରମଣ । ପୁଣି ୫ହଜାରରୁ କମ୍ ସଂଖ୍ୟକ ସଂକ୍ରମିତ ରାଜ୍ୟରେ ଚିହ୍ନଟ । ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୭୫ ଜଣ କ୍ୱାରେଣ୍ଟାଇନ୍‌ରୁ ଓ ୧୮୬୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ଏବେବେ ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହିଛି । ଏଠାରୁ ୭୦୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୨୨୬, ବାଲେଶ୍ୱରରୁ ୨୯୬, ବରଗଡ଼ ୬୮, ଭଦ୍ରକ ୨୦୯, ବଲାଙ୍ଗୀର ୫୩, ବୌଦ୍ଧ ୫୪, କଟକ ୪୮୦, ଦେବଗଡ଼ ୨୬, ଢେଙ୍କାନାଳ ୧୪୪, ଗଜପତି ୩୬, ଗଞ୍ଜାମ ୨୯, ଜଗତସିଂହପୁର ୧୪୩, ଯାଜପୁର ୨୦୭, ଝାରସୁଗୁଡ଼ା ୧୩, କଳାହାଣ୍ଡି  ୬୨, କନ୍ଧମାଳ ୬୨, କେନ୍ଦ୍ରାପଡ଼ା ୧୮୧, କେନ୍ଦୁଝର ୯୨, କୋରାପୁଟ ୬୫, ମାଲକାନଗିରି ୫୦, ମୟୂରଭଞ୍ଜ ୧୫୮, ନବରଙ୍ଗପୁର ୭୮, ନୟାଗଡ଼ ୧୪୯, ନୂଆପଡ଼ା ୧୪, ପୁରୀ ୨୫୫, ରାୟଗଡ଼ା ୬୪, ସମ୍ୱଲପୁର ୫୪, ସୋନପୁର ୮୪, ସୁନ୍ଦରଗଡ଼ ୧୭୮ ଓ ଷ୍ଟେଟ୍ ପୁଲରୁ ୧୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *