କରୋନାରେ ପୁଣି ଜଣେ ସାମ୍ବାଦିକଙ୍କ ଦେହାନ୍ତ

ଗଜପତି: ପୁଣି ଜଣେ ସାମ୍ବାଦିକଙ୍କ କରୋନାରେ ଆକ୍ରାନ୍ତ ହୋଇ ଦେହାନ୍ତ । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ତେଲୁଗୁ ଖବରକାଗଜ ଇନାଡୁ ପ୍ରତିନିଧି କେ.କୃଷ୍ଣ ପ୍ରସାଦ ରାଓଙ୍କ ପରଲୋକ । କୋଭିଡରେ ଆକ୍ରାନ୍ତ ହୋଇ ସେ ପ୍ରାଣ ହରାଇଥିବା ସୂଚନା । ମେ ୧୮ ତାରିଖରୁ ସେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ପୁଣି ଅଶ୍ୱିନୀ କୋଭିଡ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ପ୍ରସାଦଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ହେବାରୁ ତାଙ୍କୁ ଆନ୍ଧ୍ରର ବିଶାଖାପାଟନମ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଦୁଃଖର ବିଷୟ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ସାମ୍ବାଦିକ ସଂଘ ଗଭୀର ଶୋକ ପ୍ରକାଶ କରିଛି ।  ଇତିମଧ୍ୟରେ ଓଡ଼ିଶାର ଏବେ ସୁଦ୍ଧା ୩୦ରୁ ଅଧିକ ଜଣ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହୋଇସାରିଲାଣି ।

ତେବେ ରାଜ୍ୟରେ ଏବେ କରୋନାରେ ଆକ୍ରାନ୍ତ ହୋଇ ଅନେକ ସାମ୍ବାଦିକଙ୍କ ମୃତ୍ୟୁ ହୋଇସାରିଲାଣି । କିଛି ଦିନ ପୂର୍ବରୁ ରାଜ୍ୟ ଓ ରାଜ୍ୟ ବାହାରର ବହୁ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ ନିଷ୍ଠା ଓ ଦକ୍ଷତାର ସହିତ କାର୍ଯ୍ୟ କରିଥିବା ପ୍ରବୁଦ୍ଧ ଜଗଦ୍ଦେବଙ୍କର ଭୁବନେଶ୍ୱର ଏମ୍‌ସରେରେ ଚିକିତ୍ସାଧୀନ ଅବସ୍ଥାରେ ଦେହାବସାନ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ ବର୍ଷ ବୟସ ହୋଇଥିଲା । ତାଙ୍କର ପତ୍ନୀ ଓ ଗୋଟିଏ ୪ ବର୍ଷର ପୁଅ ଅଛନ୍ତି । କିଡନୀ ଚିକିତ୍ସା ସମୟରେ ତାଙ୍କୁ ବହୁ ଷ୍ଟେରଏଡ ଦିଆଯାଇଥିଲା । ପରେ ତାଙ୍କର ଲିଭର ଖରାପ ହୋଇଥିଲା । ସେଥିପାଇଁ ତାଙ୍କୁ ମଝିରେ ମଝିରେ ଚିକିତ୍ସିତ ହେବାକୁ ପଡ଼େ । ଏଇ କିଛି ଦିନ ତଳେ ସେ ଲିଭର ଚିକିତ୍ସା ପାଇଁ ସମ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ କୋଭିଡ ପଜିଟିଭ୍‌ ଜଣାପଡ଼ିବା ପରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *