ଦାନା ବାନ୍ଧିଲାଣି ଆଉ ଏକ ବାତ୍ୟା : ଓଡିଶାରେ ପଡିପାରେ ଏହାର ପ୍ରଭାବ

ନୂଆଦିଲ୍ଲୀ : ସବୁଠାରୁ ଅଧିକ ବାତ୍ୟା ହେଉଥିବା ରାଜ୍ୟ ମାନଙ୍କ ମଧ୍ୟରେ ଓଡିଶା ଅନ୍ୟତମ । ପ୍ରତିବର୍ଷ ଓଡିଶାବାସୀ କୌଣସି ନା କୌଣସି ବାତ୍ୟାର ସମ୍ମୁଖୀନ ହୁଅନ୍ତି । ବଙ୍ଗୋପସାଗରରେ ପ୍ରତିବର୍ଷ ସୃଷ୍ଟି ହେଉଥିବା ଲଘୁଚାପ ଅଧିକ ସମୟ ପର୍ଯ୍ୟନ୍ତ ସମୁଦ୍ରରେ ରହି ବାତ୍ୟାର ରୂପ ନେଉଛି । ଯାହା ଫଳରେ ଉପକୂଳବର୍ତ୍ତୀ ରାଜ୍ୟ ଗୁଡିକ ବ୍ୟାପକ କ୍ଷୟକ୍ଷତିର ସାମନା କରନ୍ତି । ତେବେ ଚଳିତ ବର୍ଷର ପ୍ରଥମ ବାତ୍ୟା ଆରବ ମହାସାଗରରେ ସୃଷ୍ଟି ହୋଇଛି । ଯାହା ବର୍ତ୍ତମାନ ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ ଆଦି ଠାରେ ତାଣ୍ଡବ କରୁଛି । ଏହା ମଧ୍ୟରେ ଗୋଟିଏ ବାତ୍ୟା ନଜାଉଣୁ ଆଉ ଏକ ବାତ୍ୟା ଆଡକୁ ଇସାରା କରିଛନ୍ତି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଏହି ଲଘୁଚାପ ଆସନ୍ତା ୨୬ କିମ୍ବା ୨୭ ତାରିଖ ଆଡକୁ ବାତ୍ୟାର ରୂପ ନେଇପାରେ । ଏହାର ପ୍ରଭାବ ଓଡିଶା ଉପରକୁ ମଧ୍ୟ ରହିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଅନ୍ୟପଟେ ବାତ୍ୟା ତଉକ୍ତେର ସଠିକ୍ ଅବତରଣର ନେଇ ସୁଚନା ଦେଇଥିବାରୁ ଭାରତୀୟ ପାଣିପାଗ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି ଭୂ-ବିଜ୍ଞାନ ମନ୍ତ୍ରାଳୟ ସଚିବ ମାଧବନ ରାଜୀବନ । ଏହାର ସ୍ଥିତି, ଗତି ଏବଂ ଲ୍ୟାଣ୍ଡଫଲ୍ ସମୟ ସଂକ୍ରାନ୍ତରେ ଉପଯୁକ୍ତ ତଥ୍ୟ ଦେଇଥିବାରୁ ଆଇଏମଡିକୁ ଧନ୍ୟବାଦ ଜଣାଇଛନ୍ତି ମାଧବନ ରାଜୀବନ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *