ଆଉ ୭୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ: ୬ଜଣଙ୍କ ଜୀବନ ନେଇଛି କରୋନା

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୭୪୫ ପଜିଟିଭ । ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ୧୧୯ ଜଣ ପିଲା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ମାତ୍ର ୬ ଜଣଙ୍କ ଜୀବନ ନେଇଛି କିଲିର ଭାଇରସ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ  ୪୩୫ ଜଣ ଥିବା ବେଳେ, ଲୋକାଲ କେସ ରହିଛି ୩୧୦ । ଖୋର୍ଦ୍ଧାରୁ ସର୍ବାଧିକ ୨୯୭ ସଂକ୍ରମିତ ଅଛନ୍ତି । ସେହିପରି କଟକରୁ ୧୨୦, ଷ୍ଟେଟପୁଲରୁ ୭୨, ବାଲେଶ୍ୱର ଓ ମୟୂରଭଞ୍ଜରୁ ୩୨ ଜଣ ଲେଖାଏଁ । ଯାଜପୁରରୁ ୨୭, ସୁନ୍ଦରଗଡ଼ରୁ ୨୪, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୮ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ପୁରୀରୁ ୧୭, ବରଗଡ଼ ଓ ନୟାଗଡ଼ରୁ ୧୧ଜଣ ଲେଖାଏଁ ଏବଂ ସମ୍ବଲପୁର ଓ ଅନଗୁଳରୁ ୧୦ ଜଣ ଲେଖାଏଁ ସଂକ୍ରମିତ ଅଛନ୍ତି । ଭଦ୍ରକ ଓ ଢେଙ୍କାନାଳରୁ ୯ଜଣ ଲେଖାଏଁ , ଦେବଗଡ଼ରୁ ୬, କେନ୍ଦୁଝର ୫, ନବରଙ୍ଗପୁର ୪, ଗଂଜାମ ଓ କନ୍ଧମାଳରୁ ୩ ଜଣ ଲେଖାଏଁ, ନୂଆପଡ଼ା ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ, ମାଲାକାନଗିରି, କୋରାପୁଟ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି । ୨୪ ଘଣ୍ଟାରେ ଆଉ ୬୯୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *